Breaking PLUSଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ମୋଦି ଝାବୁଆରେ 7500 କୋଟି ଟଙ୍କାର ବିକାଶମୂଳକ ପରିଯୋଜନାକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ

ଟଂଟ୍ୟା ମାମା ଭିଲ ବିଶ୍ୱବିଦ୍ୟାଳୟ ପାଇଁ ଶିଳାନ୍ୟାସ

ଝାବୁଆ, 11 ଫେବୃଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦ୍ୱିପ୍ରହରରେ ମଧ୍ୟପ୍ରଦେଶରେ ଦିନିକିଆ ଗସ୍ତରେ ଝାବୁଆରେ ପହଞ୍ଚିଛନ୍ତି । ଏଠାରେ ସେ ଗୋପାଳପୁରାରେ ଆୟୋଜିତ ଆଦିବାସୀ ସମ୍ମିଳନୀରେ ଯୋଗ ଦେଇ 7500 କୋଟିର ରାସ୍ତା, ରେଳ, ବିଜୁଳି ଓ ଜଳ କ୍ଷେତ୍ର ସହିତ ସମ୍ବନ୍ଧିତ 22ଟି ବିଭିନ୍ନ ବିକାଶମୂଳକ ପରିଯୋଜନାର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହାସହିତ ସେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳରୁ ଖରଗୋନରେ ଆରମ୍ଭ ହେବାକୁ ଥିବା କ୍ରାନ୍ତିସୂର୍ଯ୍ୟ ଟଂଟ୍ୟା ଭିଲ ବିଶ୍ୱବିଦ୍ୟାଳୟ ପାଇଁ ଆଧାରଶିଳା ରଖିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଥମେ ଇନ୍ଦୋର ଏୟାରପୋର୍ଟରେ ପହଞ୍ଚିଥିଲେ । ଏଠାରୁ ସେ ହେଲିକପ୍ଟର ଯୋଗେ ଝାବୁଆର ଗୋପାଳପୁରା ଯାଇଥିଲେ । ଏଠାରେ ସଭାସ୍ଥଳରେ ରୋଡ ଶୋ ପାଇଁ ଗ୍ୟାଲେରୀ ତିଆରି ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ରଥ ଉପରେ ବସି ଲୋକଙ୍କ ଅଭିବାଦନ କରି ଆଦିବାସୀ ସମ୍ମିଳନୀର ମଂଚ ନିକଟରେ ପହଞ୍ଚିଥିଏେ । ଆଦିବାସୀ ମହାସମ୍ମିଳନୀର ମଂଚ ନିକଟରେ ପହଞ୍ଚିବା ପରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ପୁଷ୍ପଗୁଚ୍ଛ ଦେଇ ତାଙ୍କ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଭିନ୍ନ ଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ଆଦିବାସୀ ସମାଜର ଲୋକେ ପହଞ୍ଚିଥିଲେ ।

Show More

Related Articles

Back to top button