Breaking PLUSଦେଶମୁଖ୍ୟ ଖବର

ଚାଷୀଙ୍କ ଦିଲ୍ଲୀ ଯାତ୍ରା ରଣହୁଙ୍କାର, ଦିଲ୍ଲୀ ପୋଲିସ ଆଲର୍ଟ

ଉତ୍ତର-ପୂର୍ବ ଜିଲ୍ଲାରେ 144 ଧାରା ଲାଗୁ

ନୂଆଦିଲ୍ଲୀ, 11 ଫେବୃଆରୀ- ଚାଷୀଙ୍କ ଦିଲ୍ଲୀ ଯାତ୍ରା ଆହ୍ୱାନକୁ ଦେଖି ଉତ୍ତର-ପୂର୍ବ ଦିଲ୍ଲୀ ଜିଲ୍ଲାରେ 144 ଧାରା ଲାଗୁ କରାଯାଇଛି । ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଏମଏସପି ଆଦି ଦାବି ନେଇ ଚାଷୀ ସଙ୍ଗଠନ ଫେବୃୟାରୀ 13ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଆହ୍ୱାନ ଦେଇଥିବା ସୂଚନା ମିଳିଛି । ଦାବି ପୂରଣ ହେବା ଯାଏ ଦିଲ୍ଲୀର ସୀମାରେ ବସିବାର ସମ୍ଭାବନା ରହିଛି ।
ପୂର୍ବରେ ହୋଇଥିବା ବିରୋଧ ପ୍ରଦର୍ଶନ ସମୟରେ ଚାଷୀମାନେ ଯେଭଳି ବ୍ୟବହାର ଦେଖାଇଥିଲେ, ତାକୁ ଦୃଷ୍ଟିରେ ରଖି ଟ୍ରାକ୍ଟର, ଟ୍ରଲି ଆଦି ସହିତ ଚାଷୀ/ସମର୍ଥକ ନିଜ ନିଜ ଜିଲ୍ଲୀରୁ ଦିଲ୍ଲୀର ଆସିବାର ସମ୍ଭାବନା ରହିଛି । ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶରୁ ମଧ୍ୟ ଚାଷୀମାନେ ଆସିବାର ସମ୍ଭାବନା ରହିଛି । କୌଣସି ଅପ୍ରୀତିକର ଘଟଣାକୁ ଏଡାଇବା ଏବଂ ଆଇନ ଶୃଙ୍ଖଳା ସହ, ଅଞ୍ଚଳର ଜୀବନ ଓ ସଂପତ୍ତିକୁ ସୁରକ୍ଷିତ କରିବା ପାଇଁ 144 ଧାରା ଜାରି କରାଯାଇଛି ।

Show More

Related Articles

Back to top button