ଓଡ଼ିଶା

ଆଜିଠୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବ ଦୀପାବଳି ନୀତି ଆରମ୍ଭ

ଆଜିଠୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବ ଦୀପାବଳି ନୀତି ଆରମ୍ଭ । ୩ଦିନ ଧରି ମନ୍ଦିରରେ ଏହି ନୀତି ଚାଲିଥାଏ । ଦେବ ଦିପାବଳୀର ପ୍ରଥମ ଦିନ ନୀତି ପାଇଁ ଶ୍ରୀ ମନ୍ଦିରରେ ପ୍ରସ୍ତୁତି ଚାଲିଛି । ମଙ୍ଗଳବାର ପ୍ରଥମ ଦିନ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ମହାପ୍ରଭୁ, ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେବେ ।

ସେହିପରି ଦ୍ୱିତୀୟ ଦିନରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ହେବ ।

ଏହାସହ ତୃତୀୟ ଦିନରେ ଦେବକୀ, ବାସୁଦେବ, ନନ୍ଦ ଓ ଗୁଣ୍ଡିଚା ରାଣୀଙ୍କୁ ଏହି ଦୀପଦାନ ସହ ଶ୍ରାଦ୍ଧ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହିନୀତି ସହ ମହାଦୀପ ପ୍ରଜ୍ୱଳିତ ମଧ୍ୟ ହୋଇଥାଏ, ଯାହାକି ଦେବଦିପାବଳୀ ନାମରେ ପରିଚିତ ।

ଏହି ତିନି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶ ଧାରଣ କରି ପିତୃପୁରୁଷ ଉଦେଶ୍ୟରେ ଶ୍ରାଦ୍ଧ ତର୍ପଣ କରିବେ। ଏହା ସହ ଏହି ତିନିଦିନ ମଧ୍ୟ ମହାଦୀପ ମଧ୍ୟ ପ୍ରଜ୍ବଳିତ ହେବ । ତେଣୁ ଏହାକୁ ଦେବଦୀପାବଳି କୁହାଯାଏ । ପ୍ରତିଦିନ ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ବେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇବେ । ଏହି ବେଶରେ ଶ୍ରୀବିଗ୍ରହମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ ହାତ, ଶ୍ରୀବଳଭଦ୍ର ୧୪ ହାତ ଓ ଦେବୀ ସୁଭଦ୍ରା ୧୨ ହାତ ଲମ୍ବ ବିଶିଷ୍ଟ ସୂତା ଶାଢୀ ବା ନାଗପୁରୀ ଶାଢୀ ପରିଧାନ କରିଥାନ୍ତି ।

Show More

Related Articles

Back to top button