ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ଟ୍ୱିଟର୍ ବ୍ଲୁ ଟିକ୍ ସ୍କିମ୍ ଉପରେ ରୋକ୍ ଲଗାଇଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର୍‌ରେ ବ୍ଲୁ ଟିକ୍‌କୁ ନେଇ ପୁଣି ଏକ ନୂଆ ଯୋଜନା। ଟ୍ୱିଟର୍‌ରେ ବ୍ଲୁ ଟିକ୍‌ ସ୍କିମ୍ ଉପରେ ଏବେ ରୋକ ଲାଗିଛି। ଏହାକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି। ଏନେଇ ଘୋଷଣା କରିଛନ୍ତି ଟ୍ୱିଟର୍‌ର ନୂଆ ମାଲିକ ଏଲନ୍ ମସ୍କ। ବର୍ତ୍ତମାନ ଏହି ବ୍ଲୁ ଟିକ୍ ସ୍କିମ୍ ବନ୍ଦ ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ୱିଟରରେ ଫେକ୍ ଆକାଉଣ୍ଟ ସମସ୍ୟା ସମାଧାନ ନହେବା ଯାଏଁ ବ୍ଲୁ ଟିକ୍ ସ୍କିମ୍ ବିକ୍ରି ହେବା ବନ୍ଦ ରହିବ ବୋଲି ଏଲନ୍ ମସ୍କ କହିଛନ୍ତି।

ପୂର୍ବରୁ ଏଲନ୍ ମସ୍କ ଟ୍ୱିଟର୍‌କୁ କିଣିବା ପରେ ବ୍ଲୁ ଟିକ୍ ଆକାଉଣ୍ଟ ପାଇଁ ୮ଡଲାର ଦେବାକୁ ପଡ଼ିବ ବୋଲି ଘୋଷଣା କରିଥିଲେ। ଏଥିପାଇଁ ବ୍ଲୁ ଟିକ୍ ସ୍କିମ୍ ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ଏବେ ଏହି ସ୍କିମ୍ ବନ୍ଦ ରହିବ ବୋଲି ଟ୍ୱିଟ୍ କରି ଘୋଷଣା କରିଛନ୍ତି ଏଲନ ମସ୍କ। ନକଲି ଆକାଉଣ୍ଟ ଚିହ୍ନଟ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଏହି ସ୍କିମ୍ ବନ୍ଦ ରହିବ ବୋଲି କମ୍ପାନୀ ସୂଚନା ଦେଇଛି। କୁହାଯାଉଛି ଯେ, ବ୍ଲୁ ଟିକ୍ ସ୍କିମ୍ ଆରମ୍ଭ ହେଲେ ବ୍ୟକ୍ତି ବିଶେଷ, କମ୍ପାନୀ ଓ ସଂସ୍ଥାମାନଙ୍କୁ ଭିନ୍ନ ଭିନ୍ନ ରଙ୍ଗର ବ୍ଲୁ ଟିକ୍ ବ୍ୟବହାର ପାଇଁ ଦିଆଯିବ। ଅତୀତରେ ଏଲନ ମସ୍କ ଘୋଷଣା କରିଥିଲେ ଯେ, ନଭେମ୍ବର ୨୯ରୁ ବ୍ଲୁ ଟିକ୍ ସବ୍‌ସ୍କ୍ରିପସନ୍ ଯୋଜନା ଆରମ୍ଭ କରାଯିବ।

Show More

Related Articles

Back to top button