ଦେଶ ବିଦେଶସ୍ୱାସ୍ଥ୍ୟ

ପ୍ରଧାନମନ୍ତ୍ରୀ ମୋଦୀ: WHOରେ ପରିବର୍ତ୍ତନ ନିହାତି ଆବଶ୍ୟକ

ଭାରତ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ

ଗୁରୁବାର ଦ୍ୱିତୀୟ ବିଶ୍ୱ କୋଭିଡ୍ ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୁନରୁତ୍ଥାନ ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବଳ ଦେବାକୁ ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ଏହାକୁ ଆଉ ଟିକେ ନମନୀୟ କରିବାକୁ ଏହାର ପୁନର୍ଗଠନର ଆବଶ୍ୟକତା ରହିଛି। ଏଥିପାଇଁ ଭାରତ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ ବୋଲି ମୋଦୀ କହିଛନ୍ତି।

‘ହୁ’ର ଭ୍ୟାକ୍ସିନ ଅନୁମୋଦନ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇ ମୋଦୀ କହିଛନ୍ତି ଯେ ଭ୍ୟାକ୍ସିନ ଓ ଚିକିତ୍ସା ଉପକରଣ ପାଇଁ ଅନୁମୋଦନ ପ୍ରକ୍ରିୟାର ସୁବ୍ୟବସ୍ଥା କରିବାକୁ ଆହ୍ୱାନ ଦେଇଛନ୍ତି ମୋଦୀ। ସେ କହିଛନ୍ତି ” ଏହା ସୁନିଶ୍ଚିତ ଯେ ଆଗକୁ ସ୍ୱାସ୍ଥ୍ୟ ସମସ୍ୟା ସହିତ ଲଢ଼ିବାକୁ ହେଲେ ବୈଶ୍ୱିକ ସହଯୋଗ ଆବଶ୍ୟକ। ଭ୍ୟାକ୍ସିନ ଓ ଔଷଧର ସୁଲଭ ପ୍ରାପ୍ତି ପାଇଁ ଆମକୁ ଏକ ନମନୀୟ ସପ୍ଲାଏ ଚେନ୍ ତିଆରି କରିବାକୁ ହେବ। ବଶ୍ୱର ସମୁଦାୟର ଜଣେ ଦାୟିତ୍ୱସମ୍ପନ୍ନ ସଦସ୍ୟ ଭାବେ ଭାରତ ଏ କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ପ୍ରସ୍ତୁତ।” ବିଶ୍ୱ ସ୍ୱାସ୍ଥ୍ୟସଂଗଠନ ସହିତ ବିଶ୍ୱ ବାଣିଜ୍ୟିକ ସଂଗଠନ(ୱାର୍ଲ୍ଡ ଟ୍ରେଡ୍‌ ଅର୍ଗାନାଇଜେସନ୍)ର ନିୟମରେ ବିଶେଷକରି ବାଣିଜ୍ୟିକ ସମ୍ପର୍କିତ ବ୍ୟବସ୍ଥାରେ ମଧ୍ୟ ନମନୀୟତା ରହିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି।

Show More

Related Articles

Back to top button