Breaking PLUSମୁଖ୍ୟ ଖବରରାଶିଫଳ

ଶୁକ୍ରବାର ରାଶିଫଳ

ସାବଧାନ! ରାହୁ ଓ ବୁଧ ପ୍ରଭାବରେ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି, ବନ୍ଧୁ ସମ୍ପର୍କ ଖରାପ ହୋଇପାରେ

ମେଷ– ଅର୍ଥ ଓ ଭୂସମ୍ପତ୍ତି ପ୍ରଦାନ କରିପାରନ୍ତି। ରାହୁ ଓ ବୁଧ ପ୍ରଭାବରେ ଭୁଲ୍‌ ନିଷ୍ପତ୍ତି ନେବେ ଓ ବନ୍ଧୁ ସମ୍ପର୍କ ହାନି ଘଟିପାରେ। ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନମୁଳ ଆଲୋଚନାରେ ସଫଳତା ଲାଭ କରିବେ। ନିଜର ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ଶୁଭ ରଙ୍ଗ ଲାଲ୍‌। ଶୁଭ ଅଙ୍କ ୨।

ଚାଷୀ- କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତ ହେବେ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ।
କର୍ମଜୀବି- କାର୍ଯ୍ୟବ୍ୟସ୍ତ ରହିବେ ।
ବ୍ୟବସାୟୀ- ଅର୍ଥ ଲାଭ ହେବ ।
ଗୃହିଣୀ- ଧାର୍ମିକ ହେବେ ।

ବୃଷ–ଖର୍ଚ୍ଚଭାର ବୃଦ୍ଧି ସଙ୍ଗକୁ ସ୍ଥାନ ପରିବର୍ତ୍ତନର ଦୁଶ୍ଚିନ୍ତା ମନକୁ କବଳିତ କରିବ । ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଅଳ୍ପ ସମୟ ମଧ୍ୟରେ ସବୁ ଠିକ୍‌ହୋଇଯିବ। ପରିବାର ମଧ୍ୟରେ ପ୍ରତିକ୍ରିୟା ଅଶାନ୍ତି ସୃଷ୍ଟିର ମୁଖ୍ୟ କାରଣ ହୋଇପାରେ। ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୪ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ।
କର୍ମଜୀବୀ- ସହଯୋଗ ମିଳିବ।
ଛାତ୍ରଛାତ୍ରୀ- ଅମାନିଆ ହୋଇପାରନ୍ତି ।
ରୋଗୀ- ଧନ ବ୍ୟୟ ହେବ।
ଚାଷୀ- ସରକାରଙ୍କ କୃପା ପ୍ରାପ୍ତ ହେବ।

ମିଥୁନ – ମାନସିକ ସୁସ୍ଥତା ସଙ୍ଗକୁ ଆର୍ଥିକ ଅଭିବୃଦ୍ଧି ଘଟାଇବ। ଖୁସି ମିଜାଜରେ କାମ କରିବାକୁ ଭଲ ପାଇବେ। ବ୍ୟବସାୟକୁ ନୂତନ ରୂପ ଦେବାର ପରିକଳ୍ପନା କରି ବନ୍ଧୁଙ୍କ ସହ-ଯୋଗ କରିପାରନ୍ତି। କଳା, ସାହିତ୍ୟରେ ଉନ୍ନତି କରିବେ ଓ ସମସ୍ୟାର ସମାଧାନରେ ସଫଳ ହେବେ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୭।

ଚାଷୀ- କର୍ମଲାଭ ଜନକ ହେବ।
ରୋଗୀ- ଅସାଧ୍ୟ ରୋଗରେ ପୀଡ଼ିତ ହେବେ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ।
କର୍ମଜୀବୀ- କାର୍ଯ୍ୟବ୍ୟସ୍ତ ରହିବେ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ।
ଗୃହିଣୀ- ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ।

କର୍କଟ–ଅପୂର୍ବ ସଫଳତାରେ ଆନନ୍ଦ ଅନୁଭବ କରାଇବ। ସାଧାରଣ କଥାକୁ ନେଇ ପରିବାରରେ କଥା କଟାକଟି ହୋଇପାରେ। ଖଳ ଲୋକଙ୍କ କଥାରେ ଭୁଲ୍‌କାମ କରିପାରନ୍ତି। ପ୍ରକାଶନ, ପ୍ରଶାସନ, ରାଜନୀତି , ଆଇନ, ଅଦାଲତ ତଥା ଆନୁଷ୍ଠାନିକ କ୍ଷେତ୍ରରୁ ସଫଳତା ପାଇବେ। ଶୁଭରଙ୍ଗ ଧଳା। ଶୁଭ ଅଙ୍କ ୫।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ।
କର୍ମଜୀବୀ- ଟ୍ରାନସ୍‌ଫର ହୋଇପାରେ।
ଛାତ୍ରଛାତ୍ରୀ- ବାପାମାଙ୍କ କଥା ମାନିବେ।
ରୋଗୀ- ସୁସ୍ୱାଦୁ ଭୋଜନ ମିଳିବ।
ଚାଷୀ- ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି ।

ସିଂହ – ଆକସ୍ମିକ କଳହରେ ଲିପ୍ତ ରହିପାରନ୍ତି। ପରିବାରରେ ସ୍ଥଗିତ କାମ ପାଇଁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଜମିଜମା, ମାଲିମୋକଦ୍ଦମା, ମାଙ୍ଗଳିକ କାର୍ଯ୍ୟ ସମ୍ପର୍କୀୟ ଆଲୋଚନାରେ ଅଗ୍ରଗତି ପରିଲକ୍ଷିତ ହୋଇପାରେ। ଆକସ୍ମିକ ଦୂରଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି। ଶୁଭରଙ୍ଗ ଲାଲ୍‌। ଶୁଭ ଅଙ୍କ ୯।

ଚାଷୀ- ଗୋବର ଖତର ବ୍ୟବହାର କରିବା ଉଚିତ୍‌।(ପରୀକ୍ଷିତ)
ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଛାତ୍ରଛାତ୍ରୀ- ବିଦ୍ୟା ଗ୍ରହଣ କରିବେ।
କର୍ମଜୀବୀ- କାର୍ଯ୍ୟବ୍ୟସ୍ତ ରହିବେ।
ବ୍ୟବସାୟୀ- ଅର୍ଥ ଲାଭ ହେବ।
ଗୃହିଣୀ- ସୁଖୀହେବେ।

କନ୍ୟା– ଅଟକି ରହିଯାଇଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ। ବନ୍ଧୁଙ୍କ ସହ ଦୂରଯାତ୍ରା କରିବାକୁ ପଡ଼ିପାରେ। ଲେଖାପଢ଼ା ତଥା ପ୍ରକାଶନ, ରଚନାତ୍ମକ କାର୍ଯ୍ୟ, ସାହିତ୍ୟ, ସଙ୍ଗୀତ ଓ ସତ୍‌ସଙ୍ଗ କ୍ଷେତ୍ରରେ ଆତ୍ମତୃପ୍ତି ପାଇବେ। ଶୁଭରଙ୍ଗ କ୍ରୀମ୍‌। ଶୁଭ ଅଙ୍କ ୪ ।

ଚାଷୀ- ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷାକରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମକରିବାକୁ ପଡିବ ।
କର୍ମଜୀବୀ- କାର୍ଯ୍ୟରେ ସଫଳ ହେବେ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌କୁ ହାତଛଡା କରନ୍ତୁ ନାହିଁ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ।

ତୁଳା–ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ। ଆତ୍ମୀୟଙ୍କ ଠାରୁ ସାହାଯ୍ୟ ସହିତ ସ୍ନେହଶ୍ରଦ୍ଧା ଓ ଅନୁରକ୍ତି ଲାଭ କରିବେ। ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ ଅବଶ୍ୟ ଅସୁବିଧା ହେବ ନାହିଁ। ଶୁଭରଙ୍ଗ ହଳଦିଆ। ଶୁଭ ଅଙ୍କ ୧ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ।
ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ।
କର୍ମଜୀବୀ- ଜଳଯାତ୍ରାମନା।
ଛାତ୍ରଛାତ୍ରୀ- ଠିକ୍‌ କଥା ବି ଭୁଲ୍‌ ଲାଗିବ।
ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌।
ଚାଷୀ- ଆର୍ଥିକ ସ୍ଥିତି ସ୍ୱଚ୍ଛଳତା ଦେଖା ଦେବ।

ବିଛା– ଗୃହସମସ୍ୟା ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପାରିବେଶିକ ସମସ୍ୟା ସୃଷ୍ଟି କରିପାରନ୍ତି। ଯାହାକି ମାନସିକ ସ୍ତରରେ ପ୍ରବଳ ଅନ୍ତଦ୍ଦ୍ୱର୍ନ୍ଦ୍ୱ ସୃଷ୍ଟି କରିବ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ୱାର୍ଥବାଦୀ ହୋଇ ପଡ଼ିବା ଫଳରେ କେତେକ ଅସୁବିଧା ସମ୍ମୁଖୀନ ହେବାକୁ ପଡିପାରେ। ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୬ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଧନ ବ୍ୟୟହେବ।
ଛାତ୍ରଛାତ୍ରୀ- ବିଜ୍ଞହେବେ ।
କର୍ମଜୀବୀ- କାର୍ଯ୍ୟରେ ସଫଳ ହେବେ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ।

ଧନୁ – ନୂତନଭାବେ କରିବାକୁ ଯାଉଥିବା କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ। କେତେକ କ୍ଷେତ୍ରରେ ନିଜଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଅସଫଳତାକୁ କେନ୍ଦ୍ର କରି ନିଜଲୋକଙ୍କୁ ସନ୍ଦେହ କରିବେ। ଶୁଭରଙ୍ଗଧୂସର। ଶୁଭ ଅଙ୍କ ୩ ।

ଗୃହିଣୀ- ଧର୍ଯ୍ୟବାନ୍‌ ହେବେ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ।
କର୍ମଜୀବ- ସୁସମ୍ବାଦ ପାଇବେ।
ଛାତ୍ରଛାତ୍ରୀ- ଚିଡ଼ିଚିଡ଼ା ହୋଇପାରନ୍ତି।
ରୋଗୀ- ଆତ୍ମସନ୍ତୋଷ ଲାଭ କରିବେ।
ଚାଷୀ- କାର୍ଯ୍ୟରେ ସଫଳତା ପାଇବେ ।

ମକର–ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ବ୍ୟବହାରିକ ବ୍ୟତିକ୍ରମ ସମସ୍ୟା ଓ ଅଶାନ୍ତି ସୃଷ୍ଟି କରିବ। ପରିବାର ସମସ୍ୟା ଓ ଅଶାନ୍ତି ସୃଷ୍ଟି କରିବ। ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ବୁଝାମଣା ହେତୁ ସମସ୍ୟା ବଢିପାରେ।

ଶୁଭ ରଙ୍ଗ ପିଚ୍‌। ଶୁଭ ଅଙ୍କ ୮।

ଚାଷୀ- ଶ୍ରମ ସାର୍ଥକ ହେବ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ।
କର୍ମଜୀବୀ- ଉନ୍ନତିର ମାର୍ଗ ମିଳିବ।
ବ୍ୟବସାୟୀ- ନୂଆବ୍ୟବସାୟ ଲାଭ ହେବ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ।

କୁମ୍ଭ – ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଭାବ ଯୋଗୁ ମଧ୍ୟ ବିଚଳିତ ହୋଇପାରନ୍ତି। ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ ଉତ୍‌ଫୁଲ୍ଲିତ ହେବେ। ଆଜି ଅର୍ଥନୈତିକ କାରବାର ସକାଶେ ସମୟ ଅତୀବ ଅନୁକୂଳ ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ। ଶୁଭରଙ୍ଗ ଗ୍ରୀନ୍‌। ଶୁଭ ଅଙ୍କ ୫ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।
ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
କର୍ମଜୀବୀ- କରିତ୍‌କର୍ମା ହେବେ।
ଛାତ୍ରଛାତ୍ରୀ- ସଠିକ୍‌ ନିର୍ଣ୍ଣୟ ନେବେ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ।
ଚାଷୀ- ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ।

ମୀନ – ସାମାଜିକ ସ୍ତରରେ ଯାହା କହିବେ ଅଳ୍ପ କହିବେ କିନ୍ତୁ ମରମ କଥାଟି କହି ପରୋକ୍ଷ ଶତ୍ରୁତାକୁ ଡାକି ଆଣିବେ। ଶୁଭଗ୍ରହ ପ୍ରଭାବରୁ ସମସୟା ଓ ପ୍ରତିବନ୍ଧକ କମିବ କିନ୍ତୁ ଭାଇଭଉଣୀଙ୍କ ସହ ସମ୍ପର୍କ କ୍ଷୁର୍ଣ୍ଣ ହୋଇପାରେ। ନୂତନ ସ୍ଥାନ ପରିଭ୍ରମଣ କରିବା ସକାଶେ ସୁଯୋଗ ଲାଭ କରିବେ। ଶୁଭରଙ୍ଗ ପିଙ୍କ୍‌। ଶୁଭ ଅଙ୍କ ୧।

ଚାଷୀ- କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ।
କର୍ମଜୀବୀ- ଉନ୍ନତିର ମାର୍ଗ ମିଳିବ।
ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ।
ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ।

Show More

Related Articles

Back to top button