Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଲାନସେଟ୍ ମ୍ୟାଗଜିନ: ସୁସ୍ଥ ହେବାର ୨ ବର୍ଷ ପରେ ବି କୋଭିଡ ଆକ୍ରାନ୍ତଙ୍କଠାରେ ଦେଖା ଯାଉଛି ଲକ୍ଷଣ

ପ୍ରଶିଦ୍ଧ ମେଡିକାଲ ଜର୍ଣ୍ଣାଲ ‘ଲାନସେଟ୍ ମ୍ୟାଗଜିନ୍’ କରୋନା ଭାଇରସ ମହାମାରୀ ନେଇ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ଏଥିରେ କୋଭିଡ-୧୯ରୁ ସୁସ୍ଥ ହୋଇଥିବା ଲୋକେ ୨ ବର୍ଷ ପରେ ବି ସଂକ୍ରମିତ ମିଳୁଥିବା କୁହାଯାଇଛି।

ଭୂତାଣୁରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଧାରୁ ଅଧିକ ରୋଗୀଙ୍କ ଠାରେ ୨ ବର୍ଷ ପରେ ବି କରୋନାର ହାଲୁକା ଲକ୍ଷଣ ଦେଖାଯାଉଥିବା କୁହାଯାଇଛି। ଦି ଲେସେଣ୍ଟ ରେସ୍ପିରେଟରୀ ମେଡିସିନର ଏକ ଅଧ୍ୟୟନର ପ୍ରମାଣରୁ ଜଣା ପଡେ ଯେ କରୋନାରୁ ସୁସ୍ଥ ହୋଇଥିବା ଅକ୍ରାନ୍ତଙ୍କ ବିଭିନ୍ନ ଅଙ୍ଗରେ ଏହାର ଦୀର୍ଘ କାଳୀନ ପ୍ରଭାବ ରହୁଛି। ଅଧ୍ୟୟନରେ ଲେସେଣ୍ଟ ଉଲ୍ଲେଖ କରିଛନ୍ତି ଯେ ରୋଗର ପ୍ରାରମ୍ଭିକ ଜଟିଳତା ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସମେତ ଶାରୀରିକ ଓ ମାନସିକ ସୁଧାର ହୋଇଛି। ୨ ବର୍ଷ ଭିତରେ ଲୋକେ ନିଜନିଜ କର୍ମକ୍ଷେତ୍ରକୁ ଫେରି ଯାଇଛନ୍ତି ହେଲେବି ସେମାନଙ୍କଠାରେ ଉଚ୍ଚସ୍ତରର ଲକ୍ଷଣ ଦେଖାଯାଉଛି। କୁହାଯାଉଛି ତୀବ୍ର ସଂକ୍ରମଣ ପରେ କରୋନା ଲଗାତାର ୨ ବର୍ଷ ପର୍ଯ୍ୟନ୍ତ ରହିପାରେ। ଏଣୁ ଏଥିପାଇଁ ତତ୍କାଳ ପଦକ୍ଷେପ ନିଆଯିବା ଜରୁରି ବୋଲି କୁହାଯାଇଛି।

 

ରୋଗରୁ ସୁସ୍ଥ ହେବାର ଦୀର୍ଘ ସମୟ ପରେ ବି ଲକ୍ଷଣ ପ୍ରକାଶ ପାଇବା ବାସ୍ତବିକ ଚିନ୍ତାଜନକ ବୋଲି କୁହାଯାଇଛି। ଏପରି ହେଲେ ଚିକିତ୍ସା ସମେତ ଆର୍ଥିକ ଓ ସାମାଜିକ ବୋଝ ବଢିବ ବୋଲି ଆଶଙ୍କା କରାଯାଉଛି। ନିକଟରେ ବ୍ରିଟେନ ଗତ ଏପ୍ରିଲମାସରେ ଏ ବାବଦେ ନୂଆ ତଥ୍ୟ ଦେଇଥିଲା। ଏଥିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୪ଜଣଙ୍କ ମଧ୍ୟରୁ ଜଣେ ବର୍ଷକ ପରେ ବି କରୋନାରୁ ମୁକ୍ତ ହୋଇ ପାରୁନଥିବା କହିଥିଲା। ଏଥିରୁ କରୋନା ସଂକ୍ରମିତଙ୍କଠାରେ ଏହାର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହୁଛି। ସୁସ୍ଥ ହୋଇଥିଲେ ବି ଆକ୍ରାନ୍ତଙ୍କ ଠାରେ ଥକ୍କା, ମାଂସପେଶିରେ ଯନ୍ତ୍ରଣା, ଭଲ ନିଦ ନ ହେବା, ଅଣ ନିଶ୍ୱାସି ଲାଗିବା ଆଦି ଲକ୍ଷଣ ଦେଖା ଯାଉଛି। ଏଥିରୁ ଆକ୍ରାନ୍ତଙ୍କ ଠାରେ ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବାର ଏହା ଲକ୍ଷଣ। ଏଣୁ ପ୍ରଭାବୀ ଚିକିତ୍ସା କରାନଗଲେ ଏହି ରୋଗ ଦୀର୍ଘ କାଳୀକ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ମଧ୍ୟ ସତର୍କ କରାଯାଇଛି।

Show More

Related Articles

Back to top button