ବାଣିଜ୍ୟ

ଦରବୃଦ୍ଧିକୁ ନେଇ ଆହୁରି କଠୋର ହେବ ଆରବିଆଇ

ପୁଣି ବଢିପାରେ ସୁଧ ହାର

ଆସନ୍ତା କିଛି ଦିନରେ ପୁଣି ଥରେ ନିଜର ଦରରେ ପରିବର୍ତ୍ତନ କରିପାରେ ଆରବିଆଇ। ବର୍ତ୍ତମାନ ସମୟରେ ଦରବୃଦ୍ଧି ଆରବିଆଇ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ପାଲଟିଛି। ସିଏନବିସି ଆୱାଜର ରିପୋର୍ଟ ଅନୁସାରେ ଦରବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆରବିଆଇ ଆସନ୍ତା ୬ରୁ ୮ ମାସ ଯାଏଁ ବିଭିନ୍ନ ପଦକ୍ଷେପ ନେଇପାରେ। ଦରବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆରବିଆଇ ପୁଣି ଥରେ ନିଜର ଦରରେ ବୃଦ୍ଧି କରିପାରେ। ଜୁନ ମାସ ପାଇଁ ଆରବିଆଇ ମୁଦ୍ରାସ୍ପୀତି ହାରକୁ ମଧ୍ୟ ବଢାଇପାରେ। ତେବେ ସୁଧ ହାରରେ ବୃଦ୍ଧି ଅର୍ଥବ୍ୟବସ୍ଥାରୁ ଚାହିଦାକୁ ଶେଷ କରିପାରେ। ଏହା ସତ୍ତ୍ବେ ଆରବିଆଇ ଏହି ରିସ୍କ ଉଠାଇବାକୁ ପ୍ରସ୍ତୁତ ରହିଛି। କାରଣ ବର୍ତ୍ତମାନ ସମୟରେ ଦରବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ଆରବିଆଇ ଆଗରେ ବଡ଼ ଚ୍ୟାଲେଞ୍ଜ। ଦରବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆରବିଆଇ ନିଜର ସୁଧ ହାର ବଢାଇପାରେ। ଉଲ୍ଲେଖଯୋଗ୍ୟ ଯେ, କରୋନା କାଳରେ ଆରବିଆଇ ଦେଶବାସୀଙ୍କୁ ଆଶ୍ବସ୍ତି ପ୍ରଦାନ କରି ଅର୍ଥବ୍ୟବସ୍ଥାରେ ଲିକ୍ବିଡିଟି ବଢାଇବା ପାଇଁ ବହୁ ପଦକ୍ଷେପ ନେଇଥିଲା।

ଯେଉଁଥି ପାଇଁ ବର୍ତ୍ତମାନ ସମୟରେ ଅର୍ଥବ୍ୟବସ୍ଥାରେ ଲିକ୍ବିଡିଟି ଦେଖିବାକୁ ମିଳୁଛି। ଦରବୃଦ୍ଧି ହେବା ପଛରେ ଏହା ଏକ ପ୍ରମୁଖ କାରଣ ବୋଲି ଧାରାଯାଉଛି। ଏବେ ଆରବିଆଇ ଏହି ଦରବୃଦ୍ଧିର ମୁକାବିଲା କରିବା ପାଇଁ କରୋନା ସମୟରେ ଲୋକଙ୍କ ଉପଲବ୍ଧ କରାଇଥିବା ସୁବିଧାକୁ ଫେରାଇ ନେବାକୁ ପ୍ରସ୍ତୁତି ଆରମ୍ଭ କରିଛି । ରିପୋର୍ଟ ଅନୁସାରେ, ବର୍ତ୍ତମାନ ସମୟରେ ସାରା ବିଶ୍ବରେ ଷ୍ଟାଗଫ୍ଲାସନ (ଧିର ଆର୍ଥିକ ଅଭିବୃଦ୍ଧି ଏବଂ ବେକାରୀ ବୃଦ୍ଧି) ବିପଦ ରହିଛି। ଏହାକୁ ମୁକାବିଲା କରିବାର କୌଣସି ଉପାୟ ମଧ୍ୟ ନାହିଁ। ବିଶେଷଜ୍ଞ ଅନୁସାରେ, ଷ୍ଟାଗଫ୍ଲାସନରେ ଦରବୃଦ୍ଧି ଯୋଗୁଁ ଅର୍ଥବ୍ୟବସ୍ଥା ଧିମେଇ ଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ, ଦୁନିଆର ସବୁ ସେଣ୍ଟ୍ରାଲ ବ୍ୟାଙ୍କ ମୁଦ୍ରାସ୍ପୀତି ହାରକୁ କାବୁ କରିବା ପାଇଁ ସୁଧ ହାର ବୃଦ୍ଧି କରୁଛନ୍ତି । କିନ୍ତୁ ଷ୍ଟାଗଫ୍ଲାସନର ବିପଦ ରହିଛି।

Show More

Related Articles

Back to top button