ବାଣିଜ୍ୟ

୧୧୫୮ ଅଙ୍କ ତଳକୁ ଖସିଲା ସେନସେକ୍ସ

ଟଙ୍କାର ରେକର୍ଡ ମୂଲ୍ୟ ହ୍ରାସ

ଭାରତୀୟ ସେୟାର ବଜାରରେ ଗୁରୁବାର ମଧ୍ୟ ହ୍ରାସ ଜାରି ରହିଛି। ଲଗାତାର ପଞ୍ଚମ ଦିନ ବଜାର ହ୍ରାସ ସହ ବନ୍ଦ ହୋଇଥିବା ବେଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସୂଚକାଙ୍କ ସେନସେକ୍ସ ୧୧୫୮.୦୮ ପଏଣ୍ଟ ଅର୍ଥାତ ୨.୧୪ ପ୍ରତିଶତ ହ୍ରାସ ସହ ୫୨,୯୩୦.୩୧ରେ ବନ୍ଦ ହୋଇଛି। ସେପଟେ ନିଫ୍ଟି ମଧ୍ୟ ୩୫୯.୧୦ ପଏଣ୍ଟ ଅର୍ଥାତ ୨.୨୨ ପ୍ରତିଶତ ହ୍ରାସ ସହ ୧୫,୮୦୮.୦୦ରେ ବନ୍ଦ ହୋଇଛି। ଗୋଟିଏ ପଟେ ସେୟାର ମାର୍କେଟ ଖସଡୁଥିବା ବେଳେ ଅନ୍ୟପଟେ ଟଙ୍କାର ମୂଲ୍ୟ ହ୍ରାସ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ୩୦ ସେୟାରର ବିଏସଇ ଗୁରୁବାର ୱିପ୍ରୋ ଓ ଏଚସିଏଲ ଟେକ୍‌ ସେୟାରକୁ ବାଦ ଦେଲେ ବାକି ୨୮ ସେୟାରରେ ବଡ଼ ହ୍ରାସ ଦେଖାଯାଇଛି। ସେପଟେ ଏନଏସଇରେ ଅଡାନୀ ପୋର୍ଟଙ୍କ ସେୟାର ଟପ ଲୁଜରଙ୍କ ମଧ୍ୟରେ ରହିଛି। ଫଳରେ ବଜାରରେ ବିକ୍ରି ବଢି ଯିବା ନିବେଶକଙ୍କ କ୍ଷତିର କାରଣ ପାଲଟିଛି।

ଏପରି ହ୍ରାସରେ ହତାସ ନିବେଶକ ସେମାନଙ୍କ ଷ୍ଟକ ଖାଲି କରିବା ଏପରି ପରିସ୍ଥିତି ସୃଷ୍ଟି କରିଛି। ସେନସେକ୍ସରେ ୧,୧୦୦ ଅଙ୍କର ବିକ୍ରି ସାଙ୍ଗକୁ ଅନ୍ୟ ସେୟାର ବିକ୍ରି ନିବେଶକଙ୍କ ଲାଗି କ୍ଷତିର କାରଣ ପାଲଟିଛି। ଏପରି ହ୍ରାସ ଓ ବିକ୍ରି ଯୋଗୁ ଗୁରୁବାର ଗୋଟିଏ ଦିନରେ ନିବେଶକଙ୍କ ସମ୍ପତ୍ତିରେ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହ୍ରାସ ହୋଇଛି। ବିଏସଇ ମାର୍କେଟ କ୍ୟାପିଟାଲ ଗତ ଅଧିବେଶନ କାଳରେ ୨୪୬.୩୧କୋଟି ଟଙ୍କାରୁ ୫.୨୬ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇ୨୪୧.୦୫ ଲକ୍ଷରେ ପହଞ୍ଚି ଯାଇଛି। ଏଥିରେ ଟଙ୍କା ସପ୍ତାହକ ମଧ୍ୟରେ ଲଗାତାର ଦ୍ୱିତୀୟବାର ମୂଲ୍ୟ ହ୍ରାସର ସମ୍ମୁଖୀନ ହୋଇଛି। ଗୋଟିଏ ଡଲାର ଲାଗି ଟଙ୍କା ୭୭.୬୩ ଟଙ୍କାରେ ପହଞ୍ଚିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଡଲାର ତୁଳନାରେ ଟଙ୍କା ୭୭.୫୦୨୫ରେ ସ୍ଥିର ହୋଇଛି।

Show More

Related Articles

Back to top button