ଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଗହମ ରପ୍ତାନୀ ଉପରେ କେନ୍ଦ୍ର ସରକାରଙ୍କ ରୋକ୍

ନୂଆଦିଲ୍ଲୀ: ଗହମ ରପ୍ତାନୀ ଉପରେ କେନ୍ଦ୍ର ସରକାରଙ୍କ ରୋକ୍ ।  ଭାରତରୁ ଗହମ ରପ୍ତାନି ବନ୍ଦ୍ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଦିନକୁ ଦିନ ଗହମ ମୂଲ୍ୟରେ ବୃଦ୍ଧି ଯୋଗୁଁ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ଭାରତ ସରକାର।ଫଳରେ ଏହାକୁ ପ୍ରତିବନ୍ଧିତ କାଟାଗୋରୀରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଭାରତ ସରକାରଙ୍କ ବିନା ଅନୁମତିରେ ଆଉ ବାହାରକୁ ଯାଇପାରିବନି ଗହମ। ଏନେଇ ଶୁକ୍ରବାର ସନ୍ଧ୍ୟାରେ ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ ସୂଚନା ଦେଇଛନ୍ତି

ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ ସୂଚନା ଅନୁଯାୟୀ , ମେ’ ୧୩ ପୂର୍ବରୁ ଗହମ ରପ୍ତାନୀ ନିମନ୍ତେ ଯେଉଁ ଅର୍ଡର ପାସ୍‌ ହୋଇଛି, ତାହା ରପ୍ତାନୀ କରାଯିବ । ଅନ୍ତର୍ଜାତୀୟ ବଜାରରେ ଋଷ, ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଅନୁଭୂତ ହେଉଥିବାବେଳେ  ରୁଷ ଓ ୟୁକ୍ରେନ ବିଶ୍ୱ ବଜାରକୁ ଆବଶ୍ୟକ ଗହମର ଏକ ବଡ଼ ପ୍ରତିଶତ ଯୋଗାଣ ବନ୍ଦ ହୋଇ ଯାଇଛି। ଫଳରେ ବିଶ୍ୱ ବଜାରରେ ଆକାଶ ଛୁଆଁ ହେଲାଣି ଗହମ ମୂଲ୍ୟ। ଏପରିକି ଗହମ ମୂଲ୍ୟରେ ଏକାଥରେ ୪୦% ବୃଦ୍ଧି ହୋଇଥିବାରୁ ଏହା ବିଭିନ୍ନ ଦେଶକୁ ଚିନ୍ତାରେ ପକାଇଛି।ଏହାକୁ ନଜରରେ ରଖି ଖାଦ୍ୟ ସୁରକ୍ଷା ଆଇନ୍‌କୁ ସୁନିଶ୍ଚିତ କରିବାକୁ ଏହାର ରପ୍ତାନୀ ଉପରେ ରୋକ ଲଗାଯାଇଛି । କିନ୍ତୁ ପଡ଼ୋଶୀ ତଥା ଗହମ ଆବଶ୍ୟକ କରୁଥିବା ଦେଶ କ୍ଷେତ୍ରରେ ଏହି ନିଷ୍ପତ୍ତକୁ କୋହଳ କରାଯିବ ବୋଲି କହିଛନ୍ତି ସରକାର।

 

Show More

Related Articles

Back to top button