Breaking PLUSଅପରାଧଆଇନ କାନୁନଦୁର୍ଘଟଣାଦେଶମୁଖ୍ୟ ଖବର

ମୃଗ ଶିକାରୀଙ୍କ ଗୁଳିରେ ୩ ପୋଲିସ ଶହୀଦ

ମଧ୍ୟପ୍ରଦେଶର ଗୁନାରେ ମୃଗ ଶିକାରୀଙ୍କ ଗୁଳିରେ ଶହୀଦ ହରାଇଛନ୍ତି ୩ ପୋଲିସ କର୍ମୀ । ସେମାନଙ୍କ ମଧ୍ୟରେ ଜଣେ ସବ୍‌ଇନ୍ସପେକ୍ଟର ଥିବା ବେଳେ ୨ ଜଣ କନଷ୍ଟେବଳ ଅଛନ୍ତି। ଖବରଅନୁଯାୟୀ, ଗୁନାରେ ଥିବା ଜଙ୍ଗଲରେ କୃଷ୍ଣସାର ମୃଗ ଦେଖାଯାଆନ୍ତି । ଶୁକ୍ରବାର ରାତିରେ କିଛି ଶିକାରୀ ଜଙ୍ଗକୁ ଶିକାର କରିବାକୁ ଆସିଥିଲେ । ଏପରିକି ସେମାନଙ୍କ ହାତରେ ଏକ ମୃତ କୃଷ୍ଣସାର ମଧ୍ୟ ଥିଲା । ଖବର ପାଇ ପୋଲିସ ସେଠାରେ ପହଞ୍ଚିଥିଲା । ହେଲେ ପୂର୍ବରୁ ପ୍ରସ୍ତୁତ ଥିବା ଶିକାରୀମାନେ ପୋଲିସ ଟିମ୍ ଉପରେ ଗୁଳିମାଡ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଗୁଳିମାଡ ହୋଇଥିଲା । ଏଥିରେ ୩ ଜଣ ପୋଲିସ ସହିଦ ହୋଇଥିବା ଜଣାପଡିଛି । ପ୍ରାଣ ହରାଇଥିବା ପୋଲିସ କର୍ମୀ ହେଲେ ଏସଆଇ ରାଜକୁମାର ଜାଟବ, କନଷ୍ଟେବଳ ନୀରଜ ଭାର୍ଗବ, କନଷ୍ଟେବଳ ସନ୍ତରାମ । ଘଟଣାସ୍ଥଳରୁ ୪ଟି ହରିଣ ମୁଣ୍ଡ, ୨ଟି ମୁଣ୍ଡବିହୀନ ହରିଣ ଓ ଏକ ମୟୁରର ଶବ ଜବତ ହୋଇଛି। ଜିଲ୍ଲାର ବରିଷ୍ଠ ପୁଲିସ୍‌ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଆରୋନ ପୁଲିସ୍‌ ଷ୍ଟେସନ ସାଗା ବରଖେଡା ଗାଁରେ ଏହି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସରଗରମ ହୋଇଛି ରାଜନୀତି । ଏହାକୁ ନେଇ ବିପକ୍ଷ ସରକାରଙ୍କୁ ଘେରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ହାଇ ଆଲର୍ଟ ଇମରଜେନ୍ସିଂ ମିଟିଂ ଡାକିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିବାକୁ ଥିବା ଏହି ବୈଠକରେ ଗୃହ ମନ୍ତ୍ରୀ , ମୁଖ୍ୟ ସଚିବ, ଡିଜିପି, ଏଡିଜିଙ୍କ ସମେତ ବରିଷ୍ଠ ପୁଲିସ୍‌ ଅଧିକାରୀ ଉପସ୍ଥିତ ରହିବେ।  ଶିକାରୀମାନେ ଅତର୍କିତ ଫାୟାରିଂ କରିବାରୁ ୩ ପୁଲିସ୍‌ କର୍ମୀଙ୍କ ମୃତ୍ୟୁ ହୋଇଛି। କ୍ରଶ୍‌ ଫାୟାରିଂ ବେଳେ ଶିକାରୀମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ଏକ ହୃଦୟ ବିଦାରକ ଘଟଣା । ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ । ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଆଇଜି ଅନୀଲ ଶର୍ମାଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଇ ଦିଆଯାଇଛି। ଏଥିସହ ମୃତକଙ୍କ ପରିବାରକୁ ୧ କୋଟି ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

Show More

Related Articles

Back to top button