ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତିମୁଖ୍ୟ ଖବରସ୍ୱତନ୍ତ୍ର

ରଥଯାତ୍ରା ପୂର୍ବରୁ ଲାଗିବ ୨୩୬ଟି ସିସିଟିଭି କ୍ୟାମେରା

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଆରମ୍ଭ ହୋଇଯାଇଛି ଜୋରଦାର୍ ପ୍ରସ୍ତୁତି । ଏଥର ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ  ୨୩୬ ସିସିଟିଭି କ୍ୟାମେରା ଲାଗିବ । ଏଥିଲାଗି ସ୍ଥାନ ଚିହ୍ନଟ ହେବା ସହ ଟେଣ୍ଡର ମଧ୍ୟ ଆହ୍ୱାନ ହୋଇସାରିଛି । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଖୁବଶୀଘ୍ର  ରଥ କାମ ସହିତ ଅନ୍ୟନା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିପରି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇ କହିଛନ୍ତି ଯେ , ଗତକାଲି ରଥ ନିର୍ମାଣ କାର୍ଯ୍ୟ ପାଇଁ ସମୁଦାୟ ୧୩୨ ଜଣ ମହାରଣା,ଭୋଇ ଏବଂ ସେବକ ନିୟୋଜିତ ହୋଇଥିଲେ । କିନ୍ତୁ ଆଜି  ରଥ ନିର୍ମାଣକାରୀଙ୍କ ସଂଖ୍ୟା ଆହୁରି ବଢାଇ ଦିଆଯାଇଛି । ମହାରଣା ଓ ଭୋଇ ସେବାୟତମାନେ ୨ଟି ସିଫ୍ଟରେ କାମ କରୁଛନ୍ତି । ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସଂପନ୍ନ ହେବ । ଯଦି ଏହି ସମୟରେ କୋଭିଡ ସ୍ଥିତି ଉପୁଜେ, ତାହାଲେ କୌଣସି ପ୍ରଭାବ ନ ପଡିବା ପାଇଁ  ମଧ୍ୟ ନଜର ରଖାଯାଇଛି ବୋଲି ଶ୍ରୀ ବର୍ମା ପ୍ରକାଶ କରିଛନ୍ତି  ।

Show More

Related Articles

Back to top button