Breaking PLUSଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷା

ପିଲାମାନଙ୍କୁ ସ୍କୁଲ ଆଣିବାକୁ ସରକାରଙ୍କ ସ୍ୱତନ୍ତ୍ର ପ୍ରୟାସ

ଭୁବନେଶ୍ୱର: କରୋନାର ହ୍ରାସ ପରେ ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ପଦକ୍ଷେପ ନିଆଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ​‌ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏନେଇ ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖିଥିବା ବେଳେ ଗତ ଦୁଇବର୍ଷ ହେଲା କରୋନା ଯୋଗୁଁ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଛି । ବର୍ତ୍ତମାନ କରୋନାର ସ୍ଥିତି ନିୟନ୍ତ୍ରଣ ହୋଇଥିବାରୁ ସ୍କୁଲ ଗୁଡ଼ିକ ଖୋଲିଛି । ହେଲେ ସୂଚନା ଅନୁଯାୟୀ, ସ୍କୁଲକୁ ୭୦ ପ୍ରତିଶତ ପିଲା ଆସୁଛନ୍ତି । ଅନ୍ୟ ୩୦ ପ୍ରତିଶତ ପିଲା ସ୍କୁଲକୁ ଆସୁନାହାନ୍ତି । ତେଣୁ ପିଲାମାନଙ୍କୁ ସ୍କୁଲକୁ ଆଣିବାକୁ ଜିଲ୍ଲାସ୍ତରରୁ ଉଦ୍ୟମ ଜାରି କରିବାକୁ ସଚିବ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତାହାଛଡ଼ା ବୌଦ୍ଧ, ସମ୍ବଲପୁର, ମାଲକାନଗିରି, ଗଜପତି ଓ ନୂଆପଡ଼ା ଜିଲ୍ଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ପିଲାଙ୍କ ଉପସ୍ଥାନ ରାଜ୍ୟର ଉପସ୍ଥାନ ହାର ତୁଳନାରେ କମ୍ ରହିଛି । ପିଲାମାନେ କାହିଁକି ସ୍କୁଲକୁ ଆସୁନାହାନ୍ତି ? କ’ଣ ଅସୁବିଧା ରହିଛି ? ଏ ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେହେତୁ ପିଲାମାନେ ସ୍କୁଲକୁ ଆସିବାକୁ ରାଜି ହଉନାହାନ୍ତି, ସେଥିପାଇଁ ପିଲାମାନଙ୍କ ପାଠପଢ଼ାକୁ ନେଇ କନିଷ୍ଠ ଶିକ୍ଷକ ମାନେ ଘରଘର ବୁଲି ଅଭିଭାବକଙ୍କୁ ବୁଝାଇବା ସହ ପିଲାଙ୍କୁ ମଧ୍ୟ ବୁଝାଇବାକୁ ପରାମର୍ଶ ଦିଆଯାଇଛି ।

Show More

Related Articles

Back to top button