ସ୍ୱାସ୍ଥ୍ୟ

ମନ୍ଦାର ଚା’ ପିଇବା ଦ୍ବାରା ମଧୁମେହ ରୋଗୀଙ୍କୁ ମିଳିବ ଫାଇଦା

ବଢିବ ନାହିଁ ରକ୍ତ ଶର୍କରା

ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢିବାକୁ ଲାଗିଛି । ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖରାପ ଖାଦ୍ୟପେୟକୁ ନେଇ ଅଧିକାଂଶ ଲୋକ ଏହି ରୋଗ କବଳରେ ଆସୁଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ନାନା ଉପାୟ ଆପଣାଉଥିବା ଲୋକମାନେ ଥରେ ମନ୍ଦାର ଚା’ ପିଇବା ଉଚିତ । ଏହାଦ୍ବାରା ମଧୁମେହ ରୋଗୀଙ୍କୁ ଫାଇଦା ମିଳିବ । ଆସନ୍ତୁ ଜାଣିବା ମନ୍ଦାର ଚା’ ଦ୍ବାରା କେମିତି ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିବ । ମନ୍ଦାର ଫୁଲ ଏବଂ ପତ୍ରରେ ବିଟା-କେରୋଟିନ୍, ଭିଟାମିନ୍-ସି ଭଳି ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ । ଏହି ଆଣ୍ଟିଅକ୍ସିଡାଣ୍ଟଗୁଡିକ ଆପଣଙ୍କ ଶରୀରକୁ ରେଡିକଲ୍ସରୁ ମୁକ୍ତ କରିପାରେ । ଯଦି ଆପଣ ମଧୁମେହ, କର୍କଟ ଏବଂ ହୃଦୟ ସହ ଜଡିତ ରୋଗରେ ପୀଡିତ ତେବେ ଏହା ଆପଣଙ୍କ ପାଇଁ ନିତାନ୍ତ ଜରୁରୀ ଅଟେ ।

ରକ୍ତ ଶର୍କରା ନିୟନ୍ତ୍ରଣ କରିବା ସହ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣ କରିବାରେ ମନ୍ଦାର ଚା’ ବେଶ୍ ଲାଭଦାୟକ । ଅର୍ଥାତ୍ ଆପଣଙ୍କ ଶରୀରରେ ଖରାପ ଏବଂ ଭଲ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହିଥାଏ । ଯାହାଦ୍ବାରା ହୃଦଘାତ ସମ୍ଭାବନା ମଧ୍ୟ ହ୍ରାସ ପାଇଥାଏ । ଓଜନ ହ୍ରାସ କରିବାରେ ମନ୍ଦାର ମଧ୍ୟ ବହୁତ ଲାଭଦାୟକ । ବାସ୍ତବରେ, ଏଥିରେ ଥିବା ଗୁଣଗୁଡିକ ଆପଣଙ୍କ ମେଟାବଲିଜିମ୍‌କୁ ବୁଷ୍ଟ୍ କରିଥାଏ । ଯାହାଦ୍ବାରା ଶରୀରର ଓଜନକୁ ହ୍ରାସ କରାଯାଇପାରେ । ଏହାସହ ମନ୍ଦାର ଚା’ ପିଇବା ଦ୍ବାରା ଶରୀର ଫୁଲା ଜନିତ ସମସ୍ୟା କମ୍ ହୋଇପାରେ । ମନ୍ଦାରରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ । ଯାହା ଶରୀରର ଫୁଲାକୁ କମ୍ କରିବାରେ ପ୍ରଭାବଶାଳୀ ହୋଇଥାଏ । ଅର୍ଥାତ୍ ମନ୍ଦାର ଚା’ ପିଇବା ଦ୍ବାରା ଆପଣ ଅନେକ ରୋଗରୁ ଦୂରେଇ ରହିପାରିବେ । ତେବେ ଡାକ୍ତରଙ୍କ ପରାମର୍ଶ ପରେ ଏହି ଚା’କୁ ପିଇବା ଉଚିତ ।

Show More

Related Articles

Back to top button