ବାଣିଜ୍ୟ

ଗତ ୩ ମାସ ମଧ୍ୟରେ ଇନଫୋସିସ୍‌ରୁ ଇସ୍ତଫା ଦେଇଛନ୍ତି ୮୦ହଜାରରୁ ଅଧିକ କର୍ମଚାରୀ

ଭାରତର ଦ୍ବିତୀୟ ବୃହତ୍ତମ ଆଇଟି କମ୍ପାନୀ ଇନଫୋସିସ୍ ଗତ ସପ୍ତାହରେ ୨୦୨୨ ଆର୍ଥିକ ବର୍ଷ ପାଇଁ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସିକ ଫଳାଫଳ ଘୋଷଣା କରିଛି । ସାଇଟ୍ସଇନ୍‌ପ୍ଲସ୍‌ର ରିପୋର୍ଟ ଅନୁସାରେ କମ୍ପାନୀ କହିଛି ଯେ, ଆର୍ଥିକ ବର୍ଷ ୨୦୨୨ରେ ଅଫ୍ କ୍ୟାମ୍ପସ୍ ଏବଂ ଅନ୍-କ୍ୟାମ୍ପସରେ ୮୫,୦୦୦ ଫ୍ରେସରଙ୍କୁ ନିଯୁକ୍ତ ଦେଇଛି ।

ଡିସେମ୍ବର ୨୦୨୧ ତ୍ରୈମାସିକ ମଧ୍ୟରେ ମୋଟ୍ ହେଡକାଉଣ୍ଟ୍ ୩,୯,୦୧୫ରୁ ୨,୯୨,୦୬୭ ରହିଥିଲା । ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁ ସ୍ଥିତ ଆଇଟି ପ୍ରମୁଖ କହିଛନ୍ତି ଯେ ମାର୍ଚ୍ଚ ତ୍ରୈମାସିକରେ ଚାକିରୀ ଛାଡିବା ଦର ୨୭.୭%ରେ ପହଞ୍ଚିଯାଇଛି । ଯାହା ଡିସେମ୍ବର ତ୍ରୈମାସିକରେ ୨୫.୫% ରହିଥିଲା । ଏଥିରୁ ଜଣାପଡୁଛି ଯେ, ଜାନୁଆରୀରୁ ମାର୍ଚ୍ଚ ୨୦୨୨ ତ୍ରୈମାସିକରେ ୮୦,୦୦୦ରୁ ଅଧିକ କର୍ମଚାରୀ କମ୍ପାନୀରୁ ଇସ୍ତଫା ଦେଇଛନ୍ତି । ଚାକିରୀ ଛାଡିବାର ରେକର୍ଡ ସ୍ତରକୁ ସାମ୍ନା କରି ନିକଟରେ ଇନଫୋସିସ୍ ନିଯୁକ୍ତି ଚୁକ୍ତିନାମାରେ ପ୍ରତିଯୋଗିତା ନଥିବା ଧାରାକୁ କାର୍ଯ୍ୟକାରୀ କରିଛି । ଏହି ପ୍ରତିଯୋଗିତା ନଥିବା ଧାରା ଅନୁଯାୟୀ, କମ୍ପାନୀ ତାର କର୍ମଚାରୀଙ୍କୁ ଚାକିରୀ ଛାଡିବାର ୬ମାସ ମଧ୍ୟରେ ଟାଟା କନ୍ସଲଟାନ୍ସ ସର୍ଭିସେସ୍, ଆଇବିଏମ୍, କଗ୍ନିଜେଣ୍ଟ, ୱିପ୍ରୋ ଏବଂ ଏକ୍ସେଞ୍ଚରରେ ଯୋଗଦେବାକୁ ବାରଣ କରୁଛି । ଯଦି ସେମାନଙ୍କର ସମାନ ଗ୍ରାହକ ଥିବେ । ଏହି ପ୍ରତିବନ୍ଧକ ୯ଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଜେନପାକ୍ଟ, ଡବ୍ଲୁଏନ୍‌ଏସ୍‌, ଟିସିଏସ୍, ଏକ୍ସେଞ୍ଚର, ଆଇବିଏମ୍, କଗ୍ନିଜେଣ୍ଟ, ୱିପ୍ରୋ ଏବଂ ଏଚସିଏଲ ବ୍ୟବସାୟ ପ୍ରକ୍ରିୟାକରଣ ପରିଚାଳନା (ବିପିଏମ୍) କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ।

ଏହି ପ୍ରତିଯୋଗିତା ନଥିବା ଧାରା କର୍ମଚାରୀମାନଙ୍କୁ ସମାନ ଗ୍ରାହକଙ୍କ ପାଇଁ କାମ କରିବାକୁ ମଧ୍ୟ ବାରଣ କରୁଛି । ଯେଉଁମାନଙ୍କ ସହିତ ସେମାନେ ଗତ ୧୨ ମାସ ଧରି କମ୍ପାନୀରେ କାମ କରିଥିଲେ । ପୁଣେ ସ୍ଥିତ ଆଇଟି ୟୁନିଅନ ଦି ନେସେଣ୍ଟ ଇନଫରମେସନ ଟେକ୍ନୋଲଜି ଏମ୍ପ୍ଲଇଜ୍ ସିନେଟ୍ (NITES) କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟକୁ ଏହି ଧାରା ହଟାଇବାକୁ ଦାବି କରିବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା । NITES ଏହାକୁ ମନମୁଖୀ, ଅନୈତିକ ଏବଂ ବେଆଇନ ବୋଲି କହିଛି । ସେପଟେ ଇନଫୋସିସ୍ କହିଛି, ଏହା ରୋଜଗାର ଅନୁବନ୍ଧ ପାଇଁ ମାନକ ବ୍ୟବସ୍ଥା ଅଭ୍ୟାସ । ଯେଉଁଥିରେ ସୂଚନାର ଗୋପନୀୟତା, ଗ୍ରାହକ ସଂଯୋଗ ଏବଂ ଅନ୍ୟ ବୈଧ ବ୍ୟବସାୟିକ ସୁରକ୍ଷା ପାଇଁ ଉଚିତ ପରିସର ଏବଂ ଅବଧି ନିୟନ୍ତ୍ରଣ ସାମିଲ ।

Show More

Related Articles

Back to top button