Breaking PLUSଦେଶମୁଖ୍ୟ ଖବର

2030 ସୁଦ୍ଧା ବିଶ୍ୱରେ ଆମେ ତୃତୀୟ ସବୁଠୁ ବୃହତ ଅର୍ଥବ୍ୟବସ୍ଥା ହେବୁ-ରାଷ୍ଟ୍ରପତି ମୁର୍ମୁ

ତିନିଜଣଙ୍କୁ ଚାନସେଲର ମେଡାଲ, 58ଜଣଙ୍କ ସ୍ୱର୍ଣ୍ଣ ପଦକ ଓ 29ଜଣଙ୍କୁ ପିଏଚଡି ଡିଗ୍ରୀ ପ୍ରଦାନ କଲେ ରାଷ୍ଟ୍ରପତି
ରାଂଚି, 28 ଫେବ୍ରୁଆରି -ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାରଖଣ୍ଡ ସେଣ୍ଟ୍ରାଲ ୟୁନିର୍ଭସିଟିର ବିଦ୍ୟାର୍ଥୀଙ୍କୁ ଦେଶର ସମୃଦ୍ଧି ଓ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବାକୁ ଅପିଲ କରିଛନ୍ତି । ୟୁନିର୍ଭସିଟିର ଚେରି ମନାତୁ ସ୍ଥିତ ପରିସରରେ ବୁଧବାର ଆୟୋଜିତ ତୃତୀୟ ଦୀକ୍ଷାନ୍ତ ସମାରୋହରେ ସେ କହିଛନ୍ତି ଯେ, ଆମର ଦେଶର ଯୁବକ ଏହି ଦେଶର ସବୁଠୁ ବଡ ପ୍ରାକୃତିକ ସଂପଦ ଅଟନ୍ତି । ଜନସଂଖ୍ୟାର 55 ପ୍ରତିଶତରୁ ଅଧିକ ଯୁବବର୍ଗ ଅଟନ୍ତି । 2030 ସୁଦ୍ଧା ବିଶ୍ୱରେ ଆମେ ତୃତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥା ପାଲଟିବୁ ।
ମୁର୍ମୁ କହିଛନ୍ତି ଯେ, 2047 ସୁଦ୍ଧା ଶିକ୍ଷିତ ଓ ସମୃଦ୍ଧ ଭାରତ ନିର୍ମାଣ ଲକ୍ଷ୍ୟ ରହିଛି । ଏଥିପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାକୁ ପଡିବ । ଏଠାରେ ଯେଉଁମାନେ ପଢିବା ପରେ ମେଡାଲ ପାଇଛନ୍ତି, ସେମାନେ କେବଳ ନିଜ ଜୀବନର ନିର୍ମାଣ ନୁହେଁ,ଦେଶ ଓ ସମାଜର ନିର୍ମାଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତୁ । ବିଶ୍ୱ ଗୁରୁ ହେବାର ସ୍ୱପ୍ନକୁ ପୂରଣ କରିବା ଏବଂ ଆଗାମୀ ପିଢିକୁ ଏହାର ଲାଭ ଦେବା ପାଇଁ ଏହା ଜରୁରୀ ଯେ, ଯୁବପିଢି ଯେଉଁ କ୍ଷେତ୍ରରେ କାର୍ଯ୍ୟ କରନ୍ତୁ, ସମୃଦ୍ଧ ଓ ବିକଶିତ ଭାରତ ନିର୍ମାଣ ପାଇଁ କାମ କରନ୍ତୁ ।

Show More

Related Articles

Back to top button