Breaking PLUSଦେଶମୁଖ୍ୟ ଖବର

ମହାଦେବ ଆପ୍ ଘୋଟାଲା ମାମଲାରେ ଦେଶର 15ରୁ ଅଧିକ ସ୍ଥାନରେ ଇଡି ରେଡ୍

ନୂଆଦିଲ୍ଲୀ, 28 ଫେବ୍ରୁଆରି – ମହାଦେବ ଆପ୍ ଘୋଟାଲା ମାମଲାରେ ବୁଧବାର ଦେଶର 15ରୁ ଅଧିକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡ୍ କରିଛି । ଦିଲ୍ଲୀ ଏନସିଆର, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରର ମୁମ୍ବାଇରେ ରେଡ୍ କରିଛି ଇଡି ।
ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ, ଇଡି ମହାଦେବ ଆପ୍ ଘୋଟାଲା ମାମଲାରେ ଦେଶର 15ରୁ ଅଧିକ ସ୍ଥାନରେ ରେଡ୍ କରିଛି । ପଶ୍ଚିମବଙ୍ଗ, ମୁମ୍ବାଇ, ଦିଲ୍ଲୀ ଏନସିଆରରେ ରେଡ୍ ଚାଲିଛି । ଏହି କେସ୍ ସହିତ ଜଡିତ ଟଙ୍କା ହେରଫେର ମାମଲାରେ ରାୟପୁରର ଏକ ସ୍ୱତନ୍ତ୍ର କୋର୍ଟରେ ଇଡି ଅଭିଯୋଗପତ୍ର ଦାୟର କରିଥିଲା । ଏହି ମାମଲାରେ ଇଡି ଏବେ ସୁଦ୍ଧା 9ଜଣଙ୍କୁ ଗିରଫ କରିଛି ।

Show More

Related Articles

Back to top button