Breaking PLUSଦେଶମୁଖ୍ୟ ଖବର

ତାମିଲନାଡୁରେ 17,300 କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କଲେ ପିଏମ ମୋଦି

ଥୁଥୁକୁଡି, 28 ଫେବ୍ରୁଆରି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି ଯେ, ସେ ଯେଉଁ ପ୍ରକଳ୍ପ ତାମିଲନାଡୁକୁ ଆଣିଛନ୍ତି, ତାହା ଦଶନ୍ଧି ଧରି ଲୋକେ ଦାବି କରୁଥିଲେ । ବୁଧବାର ତାମିଲନାଡୁର ଥୁଥୁକୁଡିରେ 17,300 କୋଟି ଟଙ୍କାରୁ ଅଧିକର ଅନେକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରି ସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,‘ ସେ ତାମିଲନାଡୁ ସହିତ ପୂରା ଦେଶର ଲୋକଙ୍କ ଏକ କଟୁ ସତ୍ୟ କହିବାକୁ ଚାହୁଁଛି, ବଡ ଦୁଃଖର ସହିତ ସତ୍ୟ କଟୁ ଅଟେ, କିନ୍ତୁ ସତ୍ୟ ଜରୁରୀ ମଧ୍ୟ ଅଟେ । ମୁଁ ଉପା ସରକାର ଉପରେ ସିଧା ସିଧା ଅଭିଯୋଗ ଆଣୁଛି । ମୁଁ ଆଜି ଯେଉଁ ପ୍ରକଳ୍ପ ନେଇ କରି ଆସିଛି, ଏଠାକାର ଲୋକେ ଦଶନ୍ଧି ଧରି ଏହାକୁ ଦାବି କରୁଥିଲେ । ଆଜି ଯେଉଁମାନେ ଏଠାରେ କ୍ଷମତାରେ ବସିଛନ୍ତି, ସେହି ଲୋକ ସେତେବେଳେ ଦିଲ୍ଲୀରେ ସରକାର ଚଳାଉଥିଲେ । କିନ୍ତୁ ସେମାନଙ୍କୁ ଆପଣଙ୍କ ବିକାଶ ପାଇଁ କୌଣସି ଚିନ୍ତା ନଥିଲା । ତାମିଲନାଡୁର କତା କୁହନ୍ତି, କିନ୍ତୁ ତାମିଲନାଡୁର ଭଲ ପାଇଁ କୌଣସି ପଦକ୍ଷେପ ନେବାକୁ ସାହସ ନାହିଁ । ଆଜି ମୁଁ ତାମିଲନାଡୁର ମାଟିରେ ଏହି ରାଜ୍ୟର ଭାଗ୍ୟ ଲେଖିବାକୁ ଏକ ସେବକ ଭାବେ ଆସିଛି ।
ବିଓ ଚିନ୍ଦବରନାର ବନ୍ଦରର ଆଉଟର ହାର୍ବର କଣ୍ଟେନର ଟର୍ମିନାଲ ଆଧାରଶିଳା ଉପରେ କହି ଏହି ପ୍ରକଳ୍ପରେ 7000 କୋଟି ଟଙ୍କା ନିବେଶ ହେବ ପିଏମ କହିଛନ୍ତି । ଆଜି 900 କୋଟି ଟଙ୍କାର ପରିଯୋଜନାର ଲୋକାର୍ପଣ କରାଯାଇଛି ଏବଂ 13ଟି ବନ୍ଦରରେ 2500 କୋଟି ଟଙ୍କାର ପରିଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ତାମିଲନାଡୁରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Show More

Related Articles

Back to top button