Breaking PLUSଦେଶମୁଖ୍ୟ ଖବର

ଇଡିର ଲ୍ୟାଣ୍ଡ ଫର୍ ଜବ୍ କେସରେ ରାବଡି ଦେବୀଙ୍କ ସମେତ 4ଜଣଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ, 28 ଫେବ୍ରୁଆରି – ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଲ୍ୟାଣ୍ଡ ଫର୍ ଜବ୍ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ, ମୀସା ଭାରତୀ, ହିମା ଯାଦବ ଓ ହୃଦୟାନନ୍ଦ ଚୌଧୁରୀଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ସ୍ପେଶଶଲ ଜଜ ବିଶାଳ ଗୋଗନେ ସମସ୍ତଙ୍କୁ ଏକ ଲକ୍ଷ ଟଙ୍କା ମୁଚାଲିକାରେ ନିୟମିତ ଜାମିନ ପ୍ରଦାନ କରିଛନ୍ତି ।
ସ୍ପେଶାଲ ଜଜ ବିଶାଲ ଗୋଗନେ କହିଛନ୍ତି ଯେ, ଇଡି ତଦନ୍ତ ସମୟରେ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ । ଏଥିପାଇଁ ସେମାନଙ୍କ ଜାମିନ ଖାରଜ କରିବାର କୌଣସି କାରଣ ନାହିଁ । ତେବେ ଇଡି ପକ୍ଷରୁ ନିୟମିତ ଜାମିନ ପିଟିସନକୁ ବିରୋଧ କରାଯାଇଥିଲା ଏବଂ କୁହାଯାଇଥିଲା, ଯଦି ସେମାନଙ୍କୁ ଜାମିନ ଦିଆଯିଏ, ତେବେ ଅପରାଧର ଗୁରୁତ୍ୱକୁ ଦେଖି ସର୍ତ୍ତ ଲଗାଯାଉ । ଇଡିର ଦଲିଲକୁ ସ୍ୱୀକାର କରି କୋର୍ଟ 4ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

Show More

Related Articles

Back to top button