ଓଡ଼ିଶାସ୍ୱତନ୍ତ୍ର

ଭାଇଦୂଯ

ଆମ ହିନ୍ଦୁ ତଥା ଭାରତୀୟ ପରିବାର ଗୋଟିଏ ସୁସ୍ଥ ଓ ଦୃଢ଼ପରମ୍ପରା ଉପରେ ପ୍ରତିଷ୍ଠିତ ଏକକ ପରିବାର l ପରିବାରର ପ୍ରତ୍ୟେକ ସଦସ୍ୟ ନିଗୁଢ଼ ପାରିବାରିକ ସ୍ନେହ ଓ ପ୍ରେମ ବନ୍ଧନରେ ଆବଦ୍ଧ l ଏହି ବଳିଷ୍ଠ ବନ୍ଧନମାନଙ୍କ ମଧ୍ୟରେ ଭାଇଭଉଣୀ ମଧ୍ୟରେ ଥିବା ସ୍ନେହର ବନ୍ଧନ ଅନ୍ୟତମ l ଏହି ପବିତ୍ର ବନ୍ଧନକୁ ନେଇ ଆମ ସମାଜରେ ପାଳିତ ହୁଏ କେତେ ଗୁଡ଼ିଏ ପର୍ବ l ଯୁଗେ ଯୁଗେ ପ୍ରଭୁଙ୍କ ଲୀଳା ମଧ୍ୟ ଏହି ବନ୍ଧନର ମହତ୍ୱକୁ ପ୍ରତିପାଦିତ କରିଛି l ସତ୍ୟଯୁଗରେ ମା’ ଲକ୍ଷ୍ମୀ ବଳି ରାଜାଙ୍କୁ ଭ୍ରାତୃ ରୂପେ ରାକ୍ଷୀ ବାନ୍ଧି ଶ୍ରୀନାରାୟଣଙ୍କୁ ବଳିଙ୍କ ଦ୍ୱାରପାଳ ପଣରୁ ମୁକ୍ତ କରିଥିଲେ l ତ୍ରେତୟାରେ ଆଦର୍ଶ ଭାଇ ଭଉଣୀ ଥିଲେ ପ୍ରଭୁ ଶ୍ରୀରାମ ଏବଂ ଶାନ୍ତା l ଦ୍ୱାପର ଯୁଗର ଶ୍ରୀକୃଷ୍ଣ ବଳରାମ ଗେହ୍ଲା ଭଉଣୀ ସୁଭଦ୍ରାଙ୍କୁ ଧରି ସ୍ୱୟଂ ଶ୍ରୀକ୍ଷେତ୍ରରେ କଳି ଯୁଗରେ ଚତୁର୍ଦ୍ଧା ମୂର୍ତ୍ତି ରୂପରେ ବିଜେ କରିଛନ୍ତି l ଭାଇ ଭଉଣୀଙ୍କ ଅତୁଟ ବନ୍ଧନର ପର୍ବ ଭାବରେ ରାକ୍ଷା ବନ୍ଧନ ସର୍ବଜନ ବିଦିତ l

ସେହିଭଳି ଆଉ ଏକ ପର୍ବ ହେଉଛି ଭୟାଦୂଯ ବା ଭାଇଦୂଯ l ଏ ପର୍ବର ବିଭିନ୍ନ ପ୍ରାଦେଶିକ ନାମ ରହିଛି l ପଶ୍ଚିମ ବଙ୍ଗରେ ଏ ପର୍ବ ଭାଈ ଫୋଟା ଭାବେ ପରିଚିତ l ଆମ ପ୍ରଦେଶରେ ଏହା ଭାତୃ ଦ୍ଵିତୀୟା ଏବଂ ଯମ ଦ୍ଵିତୀୟା ଭାବେ ପାଳିତ ହୁଏ l ପଶ୍ଚିମ ଓଡ଼ିଶାରେ ଏହା, ଭାଇ ଜିଉଁନ୍ତିଆ ନାମରେ ପରିଚିତ l ହିନ୍ଦୀ ଭାଷା ଭାଷୀ ଅଞ୍ଚଳରେ ଏହା ଭୟାଦୂଯ l ଗୋଆ ଓ ମହାରାଷ୍ଟ୍ରରେ ଏହା ଭାଇବୀଜ ରୂପେ ପାଳିତ ହୋଇଥାଏ l

Show More

Related Articles

Back to top button