ଖେଳମନୋରଞ୍ଜନମୁଖ୍ୟ ଖବର

କ୍ରୀଡା ଜଗତରୁ ଏବେ ହଲିଉଡ ଫିଲ୍ମରେ ନଜର ଆସିବେ ନୀରଜ ଚୋପ୍ରା

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଗୋଲ୍ଡ ମେଡାଲ ଆଣିଥିବା ନୀରଜ ଚୋପ୍ରାଙ୍କ ଦିନକୁ ଦିନ ବଢ଼ି ଚାଲିଛି ଲୋକପ୍ରିୟତା। କ୍ରୀଡା ଜଗତରୁ ପ୍ରଥମେ ବିଜ୍ଞାପନ ଜରିଆରେ ଆକ୍ଟିଂ ଦୁନିଆରେ ପାଦ ରଖିଥିବା ନୀରଜ ଏବେ ହଲିଉଡ ମୁହାଁ ହୋଇଛନ୍ତି। ହଲିଉଡର ଅପ୍‌କମିଂ ଫିଲ୍ମ ବ୍ଲାକ ପାନ୍ଥର୍‌ର ପରବର୍ତ୍ତୀ ସିରିଜ ‘ୱକାଣ୍ଡା ଫର୍‌ଏଭର୍‌’ରେ ସେ କୁଆଡେ ନଜର ଆସିବେ ବୋଲି ଜୋର ଚର୍ଚ୍ଚା ହେଉଛି। ନୀରଜ ଚୋପ୍ରା ନିଜ ଇନ୍‌ଷ୍ଟାଗ୍ରାମରେ ଏହି ହଲିଉଡ ଫିଲ୍ମଟି ଶେୟାର କରିଛନ୍ତି। ଏହି ଆଥଲେଟ୍ ଜଣକ ‘ୱକାଣ୍ଡା ଫର୍‌ଏଭର୍‌’ର ଲଢ଼େଇରେ ସାମିଲ ହୋଇପାରନ୍ତି। ପ୍ରକୃତରେ ଶୁକ୍ରବାର ମାର୍ବଲ ଷ୍ଟୁଡିଓଜ୍ ନିଜ ସୋଶିଆଲ ମିଡିଆ ହ୍ୟାଣ୍ଡେଲରେ ନୀରଜ ଚୋପ୍ରାଙ୍କ ଏକ ନୂଆ ବିଜ୍ଞାପନର ଭିଡିଓ ଶେୟାର କିରଛି । ଭିଡିଓରେ ନୀରଜ କଳା ରଙ୍ଗର ଆଥଲେଟିକ୍ କପଡା ପିନ୍ଧିଥିବା ଦେଖିବାକୁ ମିଳିଛି। ଏଥିସହ ଏହି ଗୋଲ୍ଡେନ୍ ବୟଙ୍କ ଅନ୍ଦାଜ ମଧ୍ୟ ପୂରାପୁରି ଭିନ୍ନ ନଜର ଆସିଛି। ଫିଲ୍ମ ବ୍ଲାକ୍ ପାନ୍ଥର୍‌: ୱକାଣ୍ଡା ଫର୍‌ଏଭର୍‌ର ପୋଷ୍ଟରରେ ନୀରଜ ଜାଭ୍‌ଲିନ୍ ଥ୍ରୋ କରୁଥିବା ଦେଖିବାକୁ ମିଳିଛି। ନୀରଜ ନିଜ ଖୁସି ବ୍ୟକ୍ତ କରି ଉଲ୍ଲେଖ କରିଛନ୍ତି ଯେ ସେ ଏହି ଯାତ୍ରାର ଏକ ଅଂଶ ହୋଇଥିବାରୁ ବହୁତ ଖୁସି, ମୁଁ ପ୍ରକୃତରେ ଖୁସି ଯେ ମୁଁ ଏହି ଯାତ୍ରାର ଏକ ଅଂଶ ହୋଇପାରିବି ଏବଂ ‘ବ୍ଲାକ୍ ପାନ୍ଥର୍’ ପରି ଆଶା କରୁଛି ଯେ ମୁଁ ସାରା ବିଶ୍ୱରେ ଲୋକଙ୍କୁ ପ୍ରେରଣା ଦେବି। ସେମାନେ ଯେପରି ନିଜ ସ୍ୱପ୍ନ କେବେ ଛାଡିବେ ନାହିଁ ସେଥିପାଇଁ ପ୍ରେରିତ କରିବି। ଆସନ୍ତା ନଭେମ୍ବର ୧୧ ତାରିଖରେ ବ୍ଲାକ୍ ପାନ୍ଥର୍‌-ୱକାଣ୍ଡା ଫର୍‌ଏଭର୍ ପରଦାକୁ ଆସିବ। ହିନ୍ଦୀ, ଇଂରାଜୀ, ତେଲୁଗୁ ଓ ତାମିଲ ଭାଷାରେ ଏହି ଫିଲ୍ମଟି ୱର୍ଲ୍ଡ ୱାଇଡ୍ ରିଲିଜ ହେବ। ସୂଚନା ମୁତାବକ ଏହି ଫିଲ୍ମରେ ନୀରଜ ଚୋପ୍ରା ମଧ୍ୟ ନଜର ଆସିବେ।

Show More

Related Articles

Back to top button