Breaking PLUSଜୀବନଚର୍ଯ୍ୟାବଲିଉଡମୁଖ୍ୟ ଖବରସେଲିବ୍ରିଟି

ବଲିଉଡ୍ କଣ୍ଠଶିଳ୍ପୀ କ୍ରିଷ୍ଣାକୁମାର କୁନ୍ନଥଙ୍କ ଦେହାନ୍ତ

କୋଲକାତା: ଦେଶର ଲୋକପ୍ରିୟ ଗାୟକ କେକେ ଓରଫ୍ କ୍ରିଷ୍ଣାକୁମାର କୁନ୍ନଥଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି । କଲିକତାରେ ଏକ ଷ୍ଟେଜରେ ଗୀତ ଗାଉଥିବା ବେଳେ ଅଚାନକ୍ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ବିଗିଡ଼ି ଯାଇଥିଲା ଓ ସେ ସେଇଠି ହିଁ ତଳେ ପଡ଼ିଯାଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାତ୍ର ୫୩ ବର୍ଷ ବୟସରେ କେକେ ଦୁନିଆକୁ ଅଲବିଦା କହି ଚାଲିଗଲେ । କେକେଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍ କରି ଶୋକ ବ୍ୟକ୍ତି କରିଛନ୍ତି । କୁହାଯାଉଛି ଯେ, କେକେଙ୍କୁ ହାର୍ଟ ଆଟାକ୍ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି । କେକେ ୨ ଦିନର କନସର୍ଟ ପାଇଁ କୋଲକାତା ଯାଇଥିଲେ । ସୋମବାର ସେ ଏକ କନସର୍ଟ କରିଥିଲେ । ବିବକାନନ୍ଦ କଲେଜରେ ସେ ଏହି କନସର୍ଟ କରିଥିଲେ । କିନ୍ତୁ ଦ୍ୱିତୀୟ କନସର୍ଟ ସମୟରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା ଓ ସେ ସବୁଦିନ ପାଇଁ ଆଖି ବୁଜିଦେଲେ । ସୂଚନାଯୋଗ୍ୟ କେକେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି ।

Show More

Related Articles

Back to top button