Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବରସ୍ୱାସ୍ଥ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନାବାଳକ ପୁଅ ମୃତ ମା’ଓ ଝିଅ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଦାନ୍ତିଲିଙ୍ଗୀ ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ବୋଲେରୋ ଧକ୍କାରେ ଜଣେ ନାବାଳକ ପୁଅର ମୃତ ହେବା ସହ ମାଆ ଓ ଝିଅ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସୋରଡା ଥାନା ଅଧିକାରୀ ପହଞ୍ଚି ବୋଲେରୋ ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି । ସୂଚନା ଅନୁଯାୟୀ, ପୁଷ୍ପାଞ୍ଜଳି ସାହୁ ନାମକ ଜଣେ ମହିଳା ତାଙ୍କ ଝିଅ ଏବଂ ପାଞ୍ଚ ବର୍ଷର ପୁଅ ସହ ରାସ୍ତାରେ ଚାଲିକି ଯାଉଥିଲେ । ଏହି ସମୟରେ ସାମ୍ନା ପଟୁ ଏକ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୁଅର ମୃତ ହୋଇଥିବାବେଳେ ମା’ଓ ଝିଅ ଦୁଇ ଜଣ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସୋରଡା ମେଡିକାଲକୁ ପଠାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରାସ୍ତାରେ ଗାଡି ଡ୍ରାଇଭରମାନେ ବେପରୁଆ ଭାବରେ ଗାଡି ଚଳାଇବାରୁ ଅକାଳରେ ନିରୀହ ଲୋକଙ୍କ ଜୀବନ ଯାଉଛି ।

Show More

Related Articles

Back to top button