ଦେଶସ୍ୱତନ୍ତ୍ର

ପେଟ୍ରୋଲ ଏବଂ ଡିଜେଲ ପରେ ଶସ୍ତା ହେଲା LPG

ନୂଆଦିଲ୍ଲୀ: ଗ୍ରାହକଙ୍କୁ ମିଳିଲା ଆସ୍ୱସ୍ଥି । ଦେଶରେ ଶସ୍ତା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର । ମିଳିଥିବା ସୂଚନା ଅନୁଯାୟୀ , ଆଜିଠାରୁ କମର୍ସିଆଲ ସିଲିଣ୍ଡର ଉପରେ ନୂଆଦର ଲାଗୁ ହେବ । ନୂଆ ଦର ଲାଗୁ ପରେ ୧୯ କିଲୋ ଏଲପିଜି ସିଲିଣ୍ଡର ପ୍ରତି ୧୩୫ ଟଙ୍କା କମିବ । କିନ୍ତୁ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେଣୁ ପୂର୍ବ ଦର ଅନୁଯାୟୀ ଗ୍ରାହକ କିଣିବେ ଘରୋଇ ସିଲିଣ୍ଡର କିଣିବେ ।

ଦାମ୍‌ କମ୍‌ ପରେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ ଅନେକ ସହରରେ ଶସ୍ତା ହୋଇଛି। ଦିଲ୍ଲୀରେ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୨,୨୧୯ ଟଙ୍କା ଥିବାବେଳେ କୋଲକାତାରେ ୨,୩୨୨ ଟଙ୍କା, ମୁମ୍ବାଇରେ ୨,୧୭୧ ଟଙ୍କା ଓ ଚେନ୍ନାଇରେ ୨,୩୭୩ ଟଙ୍କାରେ ପହଞ୍ଚିଛି। ତେବେ ୧୪.୨ କିଲୋ LPG ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

Show More

Related Articles

Back to top button