Breaking PLUSଓଡ଼ିଶାମୁଖ୍ୟ ଖବର

ବିଏମସି ଆଣିଲା ନୂଆ ଗାଇଡଲାଇନ୍

ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗ ଦେଇପାରିବେ କେବଳ ୫୦ ଜଣ

ବିଏମସି ଆଣିଲା ନୂଆ ଗାଇଡଲାଇନ୍ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ନିମନ୍ତେ ଏହି ଗାଇଡଲାଇନ୍ ଆଣିଛି ବିଏମସି ।ଭୁବନେଶ୍ୱରରେ ଏଣିକି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ଯୋଗ ଦେଇପାରିବେନି ୫୦ରୁ ଅଧିକ ଅତିଥି । ଶୀତ ଦିନ ଆସୁଥିବା ଦେଖି ବିଏମସି ଜାରି କରିଛି ଏହି ଗାଇଡଲାଇନ୍ । ଏହି ଗାଇଡଲାଇନ୍ ମୁତାବକ ବିଏମସି ଅଧିନରେ ଆସୁଥିବା ଅଞ୍ଚଳ ଅର୍ଥାତ ରାଜଧାନୀ ଭୁବନେଶ୍ୱରରେ ଏହି ନିୟମ ବଳବତ୍ତର ରହିବ – ଯେଉଁଥିରେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟାରେ କେବଳ ୫୦ ଜଣ ଅତିଥି ହିଁ ଯୋଗ ଦେଇପାରିବେ ।

ଏଥିସହିତ ଏହି ଗାଇଡଲାଇନରେ କୁହାଯାଇଛି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ବିଏମସି ଅଧିକାରୀଙ୍କ ଅନୁମତି ଆଣିବାକୁ ପଡିବ । ଏହି କାର୍ଯ୍ୟକ୍ରମରେ ସଂକ୍ରମିତ ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏଥି ସହ ବୃଦ୍ଧ ଲୋକ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ମଧ୍ୟ ଏହିଭଳିି କାର୍ଯ୍ୟକ୍ରମରେ ପ୍ରବେଶ କରିବାକୁ ଅନୁମତି ନାହିଁ ବୋଲି କୁହାଯାଇଛି ।
ଅନ୍ୟପଟେ ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଭଳି କାର୍ଯ୍ୟକ୍ରମରେ ମାସ୍କକୁ ବାଧ୍ୟତାମୂଳକ କରାଯିବା ସହିତ ସେଠାରେ ଲୋକଙ୍କ ସ୍କିନିଂ କରାଯିବାକୁ ବାଧ୍ୟତାମୂୂଳକ କରାଯାଇଛି । ତେବେ ଏହିଭଳି କାର୍ଯ୍ୟକ୍ରମରେ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ସେ ନେଇ କୋଭିଡ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଯାଞ୍ଚ କରିବ ।

Show More

Related Articles

Back to top button