Breaking PLUSଅପରାଧଦେଶଦେଶ ବିଦେଶମୁଖ୍ୟ ଖବର

କୋର୍ଟରେ ଫୁଟିଲା ବୋମା ; ୨ ମୃତ, ୪ ଆହତ

ଲୁଧିଆନା ସ୍ଥିତ 'ଡିଷ୍ଟ୍ରିକ୍ଟ୍‌ ଆଣ୍ଡ୍‌ ସେସନ୍‌ କୋର୍ଟ' ପରିସରରେ ଭୟଙ୍କର ବିସ୍ଫୋରଣ

ଲୁଧିଆନା : ଆଜି ଅପରାହ୍ଣରେ ଲୁଧିଆନା ସ୍ଥିତ ‘ଡିଷ୍ଟ୍ରିକ୍ଟ୍‌ ଆଣ୍ଡ୍‌ ସେସନ୍‌ କୋର୍ଟ’ ପରିସରରେ ଭୟଙ୍କର ବିସ୍ଫୋରଣ। ଏହି ଅଘଟଣରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ଜଣ ଆହତ ହୋଇଛନ୍ତି। ଦିନ ପ୍ରାୟ ୧୨.୨୨ରେ ଲୁଧିଆନା ଅଦାଲତର ଦ୍ବିତୀୟ ତାଲାରେ ଥିବା ସ୍ନାନାଗାରରେ ଏହି ବିସ୍ଫୋରଣ ଘଟିଥିଲା। ଆଖପାଖ ଅଞ୍ଚଳକୁ ବିସ୍ଫୋରଣ ଶବ୍ଦ ଶୁଭିବା ପରେ ଅଦାଲତ ବାହାରେ ଅନେକ ଲୋକ ଜମା ହୋଇଥିଲେ। ୬ ତାଲା ବିଶିଷ୍ଟ ଅଦାଲତ ଅଟ୍ଟାଳିକାରୁ ଧୂଆଁ ବାହାରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି।

 

ବୋମା ବିସ୍ଫୋରଣ ହେତୁ ସ୍ନାନାଗରର କାନ୍ଥ ଧ୍ବଂସ ‌ହୋଇଯାଇଥିବା ବ‌େଳେ ଝରକାର କାଚ ଭାଙ୍ଗି ଚୂନା ହୋଇଯାଇଛି। ଆଜି ଓକିଲମାନଙ୍କର ଧର୍ମଘଟ ଥିବାରୁ ବିସ୍ଫୋରଣ ଘଟିବା ସମୟରେ ଅଦାଲତରେ ମାତ୍ର ଅଳ୍ପ କେଇ ଜଣ ଲୋକ ଉପସ୍ଥିତ ଥିଲେ।
ସେପଟେ ଏ ନେଇ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନି କହିଛନ୍ତି, ମୁଁ ଲୁଧିଆନା ବାହାରିଛି। ବିଧାନସଭା ନିର୍ବାଚନ ଘନେଇ ଆସୁଥିବାରୁ କେତେକ ଦେଶବିରୋଧୀ ତତ୍ତ୍ବ ଏଭଳି କାର୍ଯ୍ୟ କରୁଛନ୍ତି। ସରକାର ସଜାଗ ଅଛନ୍ତି। ଦୋଷୀମାନଙ୍କୁ ନିସ୍ତାର ମିଳିବ ନାହିଁ।

Show More

Related Articles

Back to top button