Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ମୁଖ୍ୟ ଖବର

୧-ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯିବ । ଏହା ସହ ନୂତନ ତାଲିକା ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କରାଯିବ । ସଂରକ୍ଷଣ ବିଜ୍ଞପ୍ତିକୁ ପ୍ରତ୍ୟାହାର ନେଇ ହାଇକୋର୍ଟଙ୍କୁ ରାଜ୍ୟ ସରକାର ଜଣାଇଛନ୍ତି ।

୨-କାର୍ଡ ଟ୍ରାନ୍‌ଜାକ୍‌ସନକୁ ଅଧିକ ସୁରକ୍ଷିତ କରିବାକୁ ରିଜର୍ଭ ବ୍ୟାଙ୍କର ପଦକ୍ଷେପ । ଜାନୁଆରୀ ପହିଲାରୁ ଲାଗୁ ହେବ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପାଇଁ ନୂଆ ନିୟମ । ଏଣିକି କାର୍ଡ ନମ୍ବର, CVV ଓ ଏକ୍ସପାରି ଡେଟ୍ ଭଳି ତଥ୍ୟକୁ ଷ୍ଟୋର କରି ରଖିପାରିବେ ନାହିଁ ବ୍ୟବସାୟିକ ସଂସ୍ଥା ।

୩-ରାକେଶ ଟିକାୟତଙ୍କ ବଡ଼ ବୟାନ: ଦେଶକୁ ଚଳାଉଛନ୍ତି ବଡ ବଡ କମ୍ପାନି ।

୪-ନୂଆବର୍ଷ ପାଇଁ ଆସିପାରେ ନୂଆ ଗାଇଡଲାଇନ୍, ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ।

୫-ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ସରକାରୀ ସାକ୍ଷୀ ହେବେ ନୋରା ଫତେହି, ଖୋଲିବ ଅନେକ ଗୁମର ।

୬- ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଜୀବିକା ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ୯୬ ଲକ୍ଷ ପରିବାର ଉପକାର ପାଇବେ ।

୭-ଆମୱେ ପକ୍ଷରୁ ୨୦୨୪ ସୁଦ୍ଧା ୩୦୦ ନିୟୁତ ଡଲାରରୁ ଅଧିକ ବିଶ୍ୱସ୍ତରୀୟ ନିବେଶ ଘୋଷଣା ।

୮-ମିଶନ ଶକ୍ତି ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ପାଇଁ ‘ଇ-ମାର୍କେଟ ପୋର୍ଟାଲ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।

୯-ଭୁବନେଶ୍ଵରରେ ବଢୁଛି କଣ୍ଟେନମେଣ୍ଟ: ଏକାଧିକ ସଂକ୍ରମିତ ଚିହ୍ନଟ ପରେ ଡୁମଡୁମାର କସମୋପୋଲିସ ଆପାର୍ଟମେଣ୍ଟର ୪ଟି ଫ୍ଲାଟ୍ କଣ୍ଟେନମେଣ୍ଟ ଘୋଷଣା ।

୧୦-ଦେଶରେ ଓମିକ୍ରନ୍ ଆଣିପାରେ ତୃତୀୟ ଲହର । ନ୍ୟୁଜ୍ ମେକର କାର୍ଯ୍ୟକ୍ରମରେ ମତ ରଖିଲେ ଦେଶର ଦୁଇ ଖ୍ୟାତନାମା ଡାକ୍ତର ।

୧୧-ମନୋରଞ୍ଜନ ଦୁନିଆର ଦୁଇ ଲୋକପ୍ରିୟ କମ୍ପାନୀ ଜୀ ଏବଂ ସୋନୀର ମିଶ୍ରଣ ହେବ । ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜ୍‌ ଏବଂ ସୋନୀ ପିକ୍ଚରସ୍‌ ନେଟଓ୍ୱର୍କ ଇଣ୍ଡିଆର ମିଶ୍ରଣ ପାଇଁ ଏମାନଙ୍କର ବୋର୍ଡ ମଞ୍ଜୁରୀ ଦେଇଛି । ଏହି ବିଲୟ ପରେ ସୋନୀର ୫୦.୮୬ ପ୍ରତିଶତ ଅଂଶଧନ ରହିବ । ଏହି ଦୁଇ କମ୍ପାନୀର ମିଶ୍ରଣ ପରେ ଏହା ଭାରତର ସବୁଠାରୁ ବଡ଼ ମନୋରଞ୍ଜନ କମ୍ପାନୀରେ ପରିଣତ ହେବ ।

୧୨-ଭାରତୀୟଙ୍କୁ ପସନ୍ଦ ଚିକେନ ବିରିୟାନୀ ଓ ସିଙ୍ଗଡା: ମିନିଟରେ ୧୧୫ ଜଣ ଲୋକ କରନ୍ତି ଅର୍ଡର, ସ୍ୱିଗି ସର୍ବେକ୍ଷଣରୁ ମିଳିଲା ସୂଚନା ।

୧୩-ହଂଗାମା ଓ ହୋ ହାଲ୍ଲା ଭିତରେ ସଂସଦର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ଆଗରୁ ସମାପ୍ତ ହେଇଛି। ଶୀତକାଳୀନ ଅଧିବେଶନରେ ଲୋକସଭାରେ ୧୧ଟି ଏବଂ ରାଜ୍ୟସଭାରେ ୧୦ଟି ବିଲ୍ ଗୃହୀତ ହୋଇ ଥିବା ବେଳେ ୪ଟି ବିଲ ପାର୍ଲିଆମେଣ୍ଟ ଷ୍ଟାଣ୍ଡିଂ କମିଟିକୁ ପଠାଯାଇଛି।

୧୪-ଜାନୁଆରି ୧୫ ସୁଦ୍ଧା ସମସ୍ତଙ୍କୁ ଟିକା ।

୧୫-ଫ୍ରାନ୍ସ‌ରେ ଏବେ କରୋନା ମହାମାରୀର ପଞ୍ଚମ ଲହର। ଏବେ ଫ୍ରାନ୍ସରେ ଦୈନିକ ସଂକ୍ରମଣ ୭୦ ହଜାର ଥିବାବେଳେ ଆଗକୁ ମାମଲା ପ୍ରାୟ ୧ଲକ୍ଷ ରହିବ ବୋଲି ଫ୍ରାନ୍ସ ସ୍ବାସ୍ଥ୍ୟ ମନ୍ତ୍ରୀ ଅଲିଭିୟର ଭେରାନ କହିଛନ୍ତି ।

୧୬-ଦୁଇ ଛାତ୍ରୀଙ୍କୁ ନେଇ ଟ୍ୟୁସନ ଶିକ୍ଷକ ଫେରାର ଘଟଣା : ସମ୍ବଲପୁରରୁ ଶିକ୍ଷକ ଗିରଫ, ୨ ଛାତ୍ରୀ ଉଦ୍ଧାର ।

Show More

Related Articles

Back to top button