ଓଡ଼ିଶାଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ସ୍ୱାଗତ କଲେ ବିଜେଡି କର୍ମୀ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଆୟୋଜିତ ଗ୍ରାଣ୍ଡ ସେଲିବ୍ରେଶନ ଆଗରେ ଫିକା ପଡ଼ିଗଲା ବର୍ଷା। ତୁହାକୁ ତୁହା ବର୍ଷାରେ ବି ରାଜଧାନୀ ରାଜରାସ୍ତାରେ ବେଶ୍‌ ଜୋଶ୍‌ର ସହ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ବିଜେଡିର ହଜାର ହଜାର କର୍ମୀ ଓ ତୁଙ୍ଗ ନେତା। ଏହି ଅବସରରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ବିଶାଳ ରାଲିର ଆୟୋଜନ ମଧ୍ୟ କରାଯାଇଛି। ଏକ ହାଇଡ୍ରୋଲିକ୍‌ ବସ୍‌ରେ କର୍ମୀଙ୍କ ଗହଣରେ ପାରମ୍ପାରିକ ନୃତ୍ୟ, ଗୀତର ତାଳେତାଳେ ମୁଖ୍ୟମନ୍ତ୍ରୀ ନବୀନ ନିବାସ ଅଭିମୁଖେ ଅଗ୍ରସର ହୋଇଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଲାଇଫ୍‌ ଟାଇମ୍ ଆଚିଭମେଣ୍ଟ ସମ୍ମାନ ପାଇ ଆଜି ପୂର୍ବାହ୍ନ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏକ ଝଲକ ପାଇବାକୁ ତଥା ତାଙ୍କୁ ସ୍ୱାଗତ ଜଣାଇବା ନିମନ୍ତେ ବିମାନବନ୍ଦର ବାହାରେ ଅସମ୍ଭବ ଭିଡ଼ ଜମିଥିଲା। ଏଥିନିମନ୍ତେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଛି। ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଏହି ଅବସରରେ ବିଜେଡି ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଭୁଲି ନାହିଁ। ପାରମ୍ପାରିକ ନୃତ୍ୟଗୀତ ତଥା ଢୋଲ ବାଜାର ତାଳେ ତାଳେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର ହାଇଡ୍ରୋଲିକ୍‌ ବସ୍‌ରେ ନବୀନ ନିବାସ ଅଭିମୁଖେ ପାଛୋଟି ନେଇଛନ୍ତି ବିଜେଡି କର୍ମୀ। ଏହି ସ୍ୱତନ୍ତ୍ର ବସ୍‌କୁ ଗତ ନିର୍ବାଚନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ବ୍ୟବହାର କରିଥିବା ବେଳେ ଏବେ ପୁଣି ଥରେ ରାସ୍ତାରେ ସେହି ବସ୍‌ରେ ସବାର୍‌ ହୋଇଛନ୍ତି ନବୀନ। ଏହି ବସ୍‌ରେ ଏୟାରପୋର୍ଟରୁ ନବୀନ ନିବାସ ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Show More

Related Articles

Back to top button