ଓଡ଼ିଶାସ୍ୱାସ୍ଥ୍ୟ

ଗଜପତି ମୋହନାରେ ବ୍ୟାପୁଛି ଡେଙ୍ଗୁ , ଆତଙ୍କିତ ଲୋକେ

ଗତ କିଛିଦିନ ହେବ ଗଜପତି ମୋହନାରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ଆତଙ୍କିତ ଗ୍ରାମବାସୀ । ତେବେ ଦୁଇ ସପ୍ତାହ ମଧ୍ୟରେ ମୋହନା ଗ୍ରାମର ପ୍ରାୟ ୧୫ ଜଣ ଜ୍ୱରରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ସନ୍ଦିଗ୍ଧଙ୍କୁ ରବିବାର ବ୍ରହ୍ମପୁର ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ନମିତା ପଣ୍ଡା ଦେଇଥିବା ସୂଚନା ଅନୁଯାୟୀ, ସୋମବାର ଭୁବନେଶ୍ୱରର ଏକ ଘରୋଇ ମେଡିକାଲ୍‌ ଦ୍ୱାରା ଅଞ୍ଚଳବାସୀଙ୍କ ରକ୍ତ ନମୁନା ସଂଗ୍ରହ ଓ ପରୀକ୍ଷା କରାଯାଇଛି । ୧୩୮ ଜଣଙ୍କ ରକ୍ତ ନମୁନା ସଂଗ୍ରହ ଓ ପରୀକ୍ଷା ପରେ ୩୧ ଜଣ ବ୍ୟକ୍ତି ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଶରୀରରେ ପୂର୍ବରୁ ଡେଙ୍ଗୁ ଜୀବାଣୁ ଥିବା ସ୍ପଷ୍ଟ ହୋଇଥିବା ସହ ଅନ୍ୟ ଜଣେ ନୂଆ କରି ଆକ୍ରାନ୍ତ ହୋଇଛନ୍ତି

ଅନ୍ୟପଟେ,ଗତ କିଛି ଦିନ ମଧ୍ୟରେ ଅଞ୍ଚଳର ପ୍ରାୟ ୭ ଜଣଙ୍କ ମୃତ୍ୟୁ ଘଟିଥିବା ସାଧାରଣରେ ଅଭିଯୋଗ ହେଉଛି ।

Show More

Related Articles

Back to top button