ଖେଳଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ସୁରେଶ ରାଇନା,ଖେଳିବେନି ଆଇପିଏଲ୍‌

କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ସୁରେଶ ରାଇନା । ଆଇପିଏଲ୍‌ ମଧ୍ୟ ଖେଳିବେନି ବୋଲି ଘୋଷଣା କରିଛନ୍ତି। ଏନେଇ ନିଜେ ସୋଶିଆଲ ମିଡିଆ ଆକାଉଣ୍ଟରେଏକ ପୋଷ୍ଟ ଶେଆର କରି ସେ ସୂଚନା ଦେଇଛନ୍ତି। ଖବର ପରେ ତାଙ୍କ ଫ୍ୟାନମାନେ ଦୁଖଃ ପ୍ରକାଶ କରିଛନ୍ତି ।

ସେ ଟ୍ୱିଟ୍‌ କରି ଲେଖିଛନ୍ତି, ‘ଆମ ଦେଶ ତଥା ରାଜ୍ୟ ୟୁପି ପ୍ରତିନିଧିତ୍ୱ କରିବା ଏକ ଗର୍ବର ବିଷୟ। ସମସ୍ତ ପ୍ରକାର କ୍ରିକେଟ୍‌ରୁ ମୋର ଅବସର ଘୋଷଣା କରିବାକୁ ଚାହୁଁଛି। ମୋର ଦକ୍ଷତା, ମୋ ଉପରେ ବିଶ୍ୱାସ ଓ ମୋର ସମର୍ଥନ କରିଥିବା ପାଇଁ ମୁଁ @BCCI, @UPCACricket, @ChennaiIPL, @ShuklaRajiv ସାର୍ ଏବଂ ମୋର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ।

ଏହାପୂର୍ବରୁ ସେ ୨୦୨୦ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ । ହେଲେ ଉତ୍ତର ପ୍ରଦେଶର ଘରୋଇ କ୍ରିକେଟ ଖେଳ ଜାରି ରଖିଥିଲେ । ଏହା ସହ ସେ ଆଇପିଏଲ ମଧ୍ୟ ଖେଳୁଥିଲେ । ଆଇପିଏଲ୍ କ୍ୟାରିୟରରେ ରାଇନା ୨୦୫ଟି ମ୍ୟାଚ୍ ଖେଳିଛନ୍ତି। ସେ ୫୫୨୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ। ରାଇନା ଆଇପିଏଲରେ ସିଏସ୍‌କେ ଟିମ୍‌ ପାଇଁ ଖେଳୁଥିଲେ। ହେଲେ ଆଇପିଏଲ୍‌-୨୦୨୨ର ନିଲାମରେ CSK ତାଙ୍କୁ କିଣିନଥିଲା। ଏଥିସହ ତାଙ୍କୁ ଅନ୍ୟ କୌଣସି ଫ୍ରାଞ୍ଚାଇଜ୍‌ ମଧ୍ୟ କିଣି ନଥିଲା।

ବିସିସିଆଇରୁ ଏନଓସି ପାଇବା ପରେ ସୁରେଶ ରାଇନା ଦେଶ ତଥା ବିଦେଶର ବିଭିନ୍ନ ଲିଗରେ ଖେଳିବା ପାଇଁ ଉପଲବ୍ଧ ହେବେ। ସେ ୟୁପିସିଏରୁ ଏନଓସି ନେଇଛନ୍ତି। ବିସିସିଆଇ ସଚିବ ଜୟ ଶାହା ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଲାଙ୍କୁ ସୂଚନା ଦେଇଛନ୍ତି ସୁରେଶ ରାଇନା।

ତାଙ୍କର ବିସ୍ତୃତ ଅଭିଜ୍ଞତା ଏବଂ ଚିତ୍ତାକର୍ଷକ ଟ୍ରାକ୍ ରେକର୍ଡ ସହିତ, ସେ ନିଶ୍ଚିତ ଭାବରେ ଅନେକ ଦଳ ଦ୍ୱାରା ଖୋଜା ଯାଇଥିବା ଖେଳାଳି ହେବେ | ବୋଧହୁଏ ସେ ମ୍ୟାଚ୍ ମଧ୍ୟରେ ଡାଉନଟାଇମ୍ ସମୟରେ Slotogate ରେ ନିଜ ଭାଗ୍ୟ ଚେଷ୍ଟା କରିପାରନ୍ତି |

ସେପ୍ଟେମ୍ବର ୧୦ରୁ ସେ ସଡକ ସୁରକ୍ଷା ବିଶ୍ୱ ସିରିଜର ଏକ ଅଂଶ ମଧ୍ୟ ହେବେ ବୋଲି ରାଇନା ନିଶ୍ଚିତ କରିଛନ୍ତି । ସେ ଗତ ଏକ ସପ୍ତାହ ଧରି ଅଭ୍ୟାସ କରୁଛନ୍ତି । ୨୦୫ ଆଇପିଏଲ୍ ମ୍ୟାଚ୍ ଖେଳିଥିବା ସୁରେଶ ରାଇନା ମଧ୍ୟ ସୂଚନା ଦେଇଛନ୍ତି ଯେ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୟୁଏଇର ଟି-୨୦ ଲିଗ୍ ପାଇଁ ତାଙ୍କୁ ଯୋଗାଯୋଗ କରାଯାଇଛି ।

Show More

Related Articles

Back to top button