Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସାଲୁଗା ପ୍ରଧାନ ବିଜେଡି ଉପବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ୱର : ସାଲୁଗା ପ୍ରଧାନ ହେଲେ ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ। କନ୍ଧମାଳ ଜିଲା ଜି.ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପାଇଁ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଛନ୍ତି। ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ଭାବେ ସେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି। ଶାସକ ଓ ବିରୋଧୀ ଦଳଙ୍କ ମତାମତକୁ ସମ୍ମାନ ଦେବି ବୋଲି ନାମାଙ୍କନ ଦାଖଲ ପରେ ସାଲୁଗା ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଚଳିତମାସ ୮ରେ ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂ ଇସ୍ତଫା ଦେବା ପରେ ଉପବାଚସ୍ପତି ପଦ ଖାଲି ପଡିଥିଲା।

Show More

Related Articles

Back to top button