ଦେଶ ବିଦେଶମୁଖ୍ୟ ଖବର

ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର

ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ

ଭାରତରେ ତୃତୀୟ ଲହର ଆସିବା ନିଶ୍ଚିତ । କରୋନାର ନବଆ ଭାରିଆଣ୍ଟ ଓମିକ୍ରନ ଡିସେମ୍ବର ଶେଷ ସପ୍ତାହ ଯାଏଁ ରହିବ । ଫଳରେ ଜାନୁଆରୀର ଶେଷ ସପ୍ତାହରେ କିମ୍ବା ଫେବୃଆରୀ ପ୍ରାରମ୍ଭରେ ଓମିକ୍ରନ୍ ଶିଖର ଛୁଇଁବ । ପଦ୍ମଶ୍ରୀ, ଆଇଆଇଟି ପ୍ରଫେସର ବରିଷ୍ଠ ବୈଜ୍ଞାନିକ ମଣିନ୍ଦ୍ର ଅଗ୍ରୱାଲ ନୂତନ ଅଧ୍ୟୟନ ପରେ ଏହା ଦାବି କରିଛନ୍ତି ।ତୃତୀୟ ଲହର, ଦ୍ୱିତୀୟ ଲହର ଅପେକ୍ଷା କମ୍ ସାଂଘାତିକ ହେବ । ସୂଚନା ଥାଉକି, ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଚିହ୍ନଟ ପରେ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି । ଅଧ୍ୟୟନ ଅନୁଯାୟୀ, ତୃତୀୟ ଲହର ଦ୍ୱିତୀୟ ଲହର ଭଳି ମାରାତ୍ମକ ହେବନି । ମଣିନ୍ଦ୍ର ଅଗ୍ରୱାଲ ତାଙ୍କର ଗାଣିତିକ ମଡେଲ ସୂତ୍ର ଆଧାରରେ ଏହି ସିଦ୍ଧାନ୍ତନେ ଅବଗତ କରାଇଛନ୍ତି । ପୂର୍ବରୁ ପ୍ରଫେସର ଅଗ୍ରଓ୍ୱାଲ ଦ୍ୱିତୀୟ ଲହର ପରେ ନୂଆ ମ୍ୟୁଟାଣ୍ଟର ଆଗମନ ନେଇ ପୂର୍ବାନୁମାନ କରିଥିଲେ । ଏବେ ଅଗ୍ରଓ୍ୱାଲ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ଓମିକ୍ରନ ନେଇ ଅଧ୍ୟୟନ ଜାରି ରଖିଛନ୍ତି ।

ଏହି ଅନୁଯାୟୀ, ଏପର୍ଯ୍ୟନ୍ତ ଆସିଥିବା ସମସ୍ତ ମାମଲାରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଛି କିନ୍ତୁ ଅଧିକ ମୃତ୍ୟୁ ହୋଇନି । ପ୍ରଫେସର ଅଗ୍ରୱାଲ କହିଛନ୍ତି ଯେ ସେପ୍ଟେମ୍ବର ମାସରେ, ତୃତୀୟ ତରଙ୍ଗ ବିଷୟରେ କରାଯାଇଥିବା ମୂଲ୍ୟାଙ୍କନ ସତ୍ୟ ବୋଲି ପ୍ରମାଣିତ ହେଉଛି । ଅନେକ ଦେଶରେ ବିସ୍ତାର ହେବା ପରେ ଓମିକ୍ରନ୍ ମାମଲା ମଧ୍ୟ ଭାରତରେ ପହଞ୍ଚିବା ଆରମ୍ଭ କରିଛି । ସେ କହିଛନ୍ତି ଯେତେବେଳେ ତୃତୀୟ ଲହର ଶିଖରରେ ରହିବ, ସେତେବେଳେ ପ୍ରତିଦିନ ଦେଢ ଲକ୍ଷ ମଧ୍ୟରେ ସଂକ୍ରମିତ ରୋଗୀ ହେବାର ସମ୍ଭାବନା ରହିଛି ।

Show More

Related Articles

Back to top button