ବାଣିଜ୍ୟ

କ୍ରିପ୍ଟୋ ବଜାରରେ ନିବେଶକଙ୍କ ବୁଡ଼ିଗଲା ହଜାର ହଜାର କୋଟି ଟଙ୍କା

ନୂଆ କରୋନା ଭାଇରସ ଭାରିଏଣ୍ଟ ଓମିକ୍ରନ ଯୋଗୁ କ୍ରିପ୍ଟୋ ବଜାର ଏବେ ପଡଉଠ ହେଉଛି। ଏଥିରେ ସବୁ କ୍ରିପ୍ଟୋ କରେନ୍ସିରେ ହ୍ରାସ ଦେଖା ଦେବା ନିବେଶକଙ୍କ ଚିନ୍ତା ବଢେଇ ଦେଇଛି।

ମୂଲ୍ୟ ହ୍ରାସ ଯୋଗୁ ମାତ୍ର ୪ ଘଣ୍ଟାରେ ସାରା ବିଶ୍ୱର କ୍ରିପ୍ଟୋ ନିବେଶକ ଅନୁନ୍ୟ ୧ ବିଲିୟନ ଡଲାରର କ୍ଷତିରେ ପଡିଥିବା ଜଣାପଡିଛି। କ୍ରିପ୍ଟୋ ବଜାର ୨. ୭୦ ଟ୍ରିଲିୟନରୁ ଖସି ୨.୨୦ ଟ୍ରିଲିୟନରେ ପହଞ୍ଚି ଯାଇଛି। ସାରା ବିଶ୍ୱରେ ବିଟ୍ କଏନ୍‌ ମୂଲ୍ୟରେ ୧୬ ପ୍ରତିଶତ ହ୍ରାସ ଦେଖା ଯାଇଥିବା ବେଳେ ଭାରତରେ ୮ ପ୍ରତିଶତ ମୂଲ୍ୟ ହ୍ରାସ ହୋଇଛି। ବିଟ୍ କଏନରେ ୧୬.୩୮ ପ୍ରତିଶତ ହ୍ରାସ ହୋଇଛି।

ଫଳରେ ବିଟ କଏନ୍ ମୂଲ୍ୟ ଏବେ ବଜାରରେ ୪୭ ହଜାର ୫୮୯ ଡଲାର ହୋଇଯାଇଛି। ସେହିପରି ଇଥେରିୟମ, ବିନାନ୍ସ ମଧ୍ୟ ମୂଲ୍ୟ ହ୍ରାସର ସମ୍ମୁଖୀନ ହୋଇଛି। ବିଶ୍ୱର ସବୁଠୁ ଲୋକପ୍ରିୟ କ୍ରିପ୍ଟୋ କରେନ୍ସୀ ବିଟ କଏନ୍ ନଭେମ୍ବର ୧୦ ତାରିଖ ଦିନ ଏକ ବର୍ଷର ସର୍ବୋଚ୍ଚ ସ୍ତରକୁ ଛୁଇଁଥିଲା। ସେଦିନ ବିଟ କଏନ ମୂଲ୍ୟ ୬୯ ହଜାର ଡଲାରକୁ ପହଞ୍ଚିଥିଲା। ସେବେଠାରୁ ଦରରେ ୩୧.୬ ପ୍ରତିଶତ ହ୍ରାସ ଦେଖାଗଲାଣି।

ଇଥେରିୟମ ବ୍ଲକ ଚେନ୍ ନେଟୱାର୍କ ସମ୍ପର୍କିତ କଏନ ଇଥର ଶନିବାର ୧୦.୧୪ ପ୍ରତିଶତ ହ୍ରାସ ସହ ୩,୭୯୪.୬୧ ଡଲାରକୁ ଖସି ଆସିଛି। ଶନିବାର ଅପରାହ୍ନ ପ୍ରାୟ ଅଢେଇଟା ବେଳେ କ୍ରିପ୍ଟୋ ବଜାରରେ ହ୍ରାସ ଆରମ୍ଭ ହୋଇଥିଲା। କଏନ ଡେସ୍କ ସୂଚନା ଅନୁସାରେ ବିଶ୍ୱର ସବୁଠୁ ବଡ଼ ବିଟ କଏନ ମୂଲ୍ୟରେ ୧୬ ପ୍ରତିଶତରୁ ଅଧିକ ହ୍ରାସ ହୋଇଛି। ସାଢେ ୨ଟାରେ ସମାପ୍ତ ହୋଇଥିବା କାରବାର ୩,୮୮୭.୯୬ ଡଲାରରେ ହୋଇଛି।

Show More

Related Articles

Back to top button