ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଆମ୍ବ ଖାଇବା ପୂର୍ବରୁ କରନ୍ତୁ ଏହି କାମ

ନଚେତ୍ ଲାଭ ବଦଳରେ ହେବ କ୍ଷତି

କିଛି ଲୋକ ଗରମ ଦିନକୁ ପସନ୍ଦ କରୁନଥିବା ବେଳେ ଆଉ କିଛି ଲୋକ ଏହି ଦିନକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି । କାରଣ ଏହି ଦିନେ ଆମ୍ବ ଭଳି ସୁସ୍ବାଦୁ ଫଳ ଖାଇବାକୁ ମିଳିଥାଏ । କିନ୍ତୁ ଏହାକୁ ଖାଇବା ପୂର୍ବରୁ କିଛି ସାବଧାନତା ଅବଲମ୍ବନ କରିବା ଜରୁରୀ ଅଟେ । ନଚେତ ଲାଭ ବଦଳରେ କ୍ଷତି ହୋଇଥାଏ । ଆମ୍ବକୁ ଅନେକ ପ୍ରକାରରେ ବ୍ୟବହାର କରାଯାଇଥାଏ । କେତେକ ଲୋକ ଏହାକୁ କାଟି ତ ଆଉ କେତେକ ଲୋକ ଏହାକୁ ଶୋଷି ଶୋଷି ଖାଇବାକୁ ପସନ୍ଦ କରିଥାନ୍ତି । ଏହା ବ୍ୟତୀତ ମ୍ୟାଙ୍ଗୋ ସେକ୍, ଆମ୍ବ ପାମ୍ପଡ ବା ମ୍ୟାଙ୍ଗୋ କ୍ୟାଣ୍ଡି ମଧ୍ୟ ଅଧିକ ପସନ୍ଦ କରାଯାଇଥାଏ । ଯଦି ଆପଣ ଆମ୍ବକୁ ସିଧାସଳଖ ଖାଉଛନ୍ତି ତେବେ ନିଶ୍ଚୟ ସାବଧାନ ରୁହନ୍ତୁ, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଆମ୍ବ ଖାଇବା ପୂର୍ବରୁ ଆମ୍ବକୁ କିଛି ସମୟ ପାଣିରେ ଭିଜାଇବା ଉଚିତ । କାରଣ ଏମିତି କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆମ୍ବକୁ ଭିଜାଇବା ଦ୍ବାରା ଆମ ପାଇଁ ଲାଭଦାୟକ କିପରି ହୋଇଥାଏ ।

ଆମେ ସମସ୍ତେ ଜାଣିଛୁ ଯେ ଆମ୍ବ ଖାଇବା ଦ୍ବାରା ତ୍ବଚାରେ ବ୍ରଣ ବାହାରିଥାଏ । ଯଦି ଆମ୍ବକୁ ଭିଜାଇ ଖାଇବା ତେବେ ଏଭଳି ସମସ୍ୟା ଦେଖାଯିବନାହିଁ । ଆମ୍ବ ଖାଇବା ଦ୍ବାରା ଶରୀରରେ ତାପମାତ୍ରା ବୃଦ୍ଧି ପାଇଥାଏ । ଯାହାଦ୍ବାରା ଥର୍ମୋଜେନେସିସ୍ ପ ଉତ୍ପାଦନ ବୃଦ୍ଧି ପାଇବାକୁ ଲାଗିଥାଏ । ଯଦି ଆପଣ ଆମ୍ବକୁ ଭିଜାଇ ଖାଇବେ ତେବେ ଆପଣଙ୍କୁ ଏଭଳି ସମସ୍ୟାକୁ ନେଇ ଅଧିକ ଚିନ୍ତିତ ହେବାକୁ ପଡିବ ନାହିଁ । ଯେତେବେଳେ ଆମ୍ବ ବଢିଥାଏ ସେତେବେଳେ ଏହାକୁ କୀଟ ଦାଉରୁ ରକ୍ଷା କରିବା ପାଇଁ କୀଟନାଶକ ବ୍ୟବହୃତ ହୋଇଥାଏ । କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇଥାଏ । କାରଣ ଏହା ଦ୍ବାରା ଆଖି ଏବଂ ଚର୍ମରେ ଉତ୍ତେଜନା ସୃଷ୍ଟି ହୋଇଥାଏ । ଏହାସହ ମୁଣ୍ଡବିନ୍ଧା ଏବଂ ବାନ୍ତି ହେବାର ସମସ୍ୟା ମଧ୍ୟ ଦେଖାଦେଇପାରେ । ଆମ୍ବକୁ ଭିଜାଇବା ଦ୍ବାରା ବିପଜ୍ଜନକ ରାସାୟନିକ ପଦାର୍ଥ ବାହରି ଯଇଥାଏ ଏବଂ ଫଳ ଖାଇବା ଯୋଗ୍ୟ ହୋଇଥାଏ । ଆମ୍ବରେ ଫାଇଟୋକେମିକାଲ୍ ଥାଏ । ଯଦି ଆମେ ଏହାକୁ ଅଧ ଘଣ୍ଟା ଯାଏଁ ଭିଜାଇ ରଖିବା ତେବେ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇପାରିବ । କାରଣ ଆମ୍ବକୁ ପ୍ରାକୃତିକ ଚର୍ବି ବଷ୍ଟର ଭାବେ ବିବେଚନା କରାଯାଏ ।

Show More

Related Articles

Back to top button