Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ମା’ ପାଇଁ ଦିନଟିଏ

ଭୁବନେଶ୍ୱର: ଆଜି ହେଉଛି ମା’ ପାଇଁ ଦିନଟିଏ । ସେହି ସ୍ନେହମୟୀ, ଦୟାମୟୀ, ମମତାମୟୀ ଅଭୟଦାୟିନୀ ମାଆ ପାଇଁ ଦିନଟିଏ । ଆଜିର ଦିନଟି ପ୍ରତ୍ୟେକ ମା’ଙ୍କୁ ସମର୍ପିତ କରାଯାଇଥାଏ । କଥାରେ ଅଛି ଯାହାର ମାଆ ଅଛି ତାର ସାହା ଅଛି।  ମାଆ ପାଖେ ଥିଲେ ଡର, ଭୟ କିଛି ନଥାଏ। ମାଆର ପଣତ କାନି ଛାଇ ଭଳି ସନ୍ତାନକୁ ମନେ ହୁଏ।  ଯେତେ ଝଡ ଝଞ୍ଜା ଆସିଲେ ବି ମା’ ତାର ଛୁଆକୁ ସବୁ ବିପଦରୁ ଉଦ୍ଧାର କରିଥାଏ। ସେଥିପାଇଁ ପାଇଁ ତ କୁହାଯାଇଥାଏ ଦୁନିଆର ସବୁଠୁ ବଡ଼ ଯୋଦ୍ଧା, ହେଉଛି ମାଆ । ପିଲାର ପେଟ କଥା ଜାଣିଥାଏ ମା’ । କିଛି ନ କହିଲେ ବି ସବୁ ବୁଝିଯାଇଥାଏ। ପ୍ରତି କ୍ଷଣ, ପ୍ରତି ମୂହୁର୍ତ୍ତ ଯିଏ ନିଜ ସନ୍ତାନ ପାଇଁ ସମର୍ପିତ କରିଦେଇଥାଏ ସେ ହେଉଛି ମାଆ।  ମାଆ ପାଇଁ ଯେତେ ବର୍ଣ୍ଣନନା କଲେ ବି ଶଦ୍ଧ ନିଅଣ୍ଟ ପଡିବ।  ଯାୟା, ଭଗୀନି, ମାଆ ପରି ପ୍ରତ୍ୟେକ ଚରିତ୍ରରେ ମାଆର ପ୍ରତି ଛବି ଦେଖିବାକୁ ମିଳିଥାଏ।  ଆଜି ମାତୃ ଦିବସରେ ସେ ଦୟାମୟୀ ମାଆକୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

Show More

Related Articles

Back to top button