ଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ରୁହନ୍ତୁ ସାବଧାନ୍, ବିଦ୍ୟୁତ୍‌ ବଲ୍‌ବରେ ହେଉଛି ସ୍ପାଇ କ୍ୟାମେରା ଫିଟ୍

ଦିନକୁ ଦିନ ବିଞାନ ଓ ଞାନକୌଶଳର ଅଗ୍ରଗତି ଘଟିବାରେ ଲାଗିଛି । ଏହା ମଧ୍ୟରେ ନିଜର ସୁରକ୍ଷା ଏବଂ ଅନ୍ୟମାନଙ୍କ ଉପରେ ନଜର ରଖିବା ପାଇଁ ବର୍ତ୍ତମାନ ସ୍ପାଇ କ୍ୟାମେରା କାନ୍ଥରେ ଲଗାଇବା ସାଧାରଣ କଥା । କିନ୍ତୁ ବର୍ତ୍ତମାନ ବିଦ୍ୟୁତ୍‌ ବଲ୍‌ବରେ ସ୍ପାଇ କ୍ୟାମେରା ଫିଟ୍‌ କରାଯାଉଥିବାଭଳି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସୁଛି । ଏହାଦ୍ୱାରା ସହଜେ ବ୍ୟବହାରକାରୀଙ୍କ ନଜର ପଡ଼ୁନଥିବାବେଳେ ରୁମ୍‌ ମଧ୍ୟରେ ଘଟୁଥିବା ସମସ୍ତ ଘଟଣା ଅତି ସହଜରେ କଏଦ୍ ହୋଇଥାଏ ।

ତେବେ ଏହି ବଲ୍‌ବ ଖୁବ୍‌ ସହଜରେ ଅନ୍‌ଲାଇନନ୍‌ରେ ଖୁବ୍‌ କମ୍‌ ଦରରେ ମିଳିଯାଉଛି । ଆମାଜନ୍‌ରେ ଏବାର ମୂଲ୍ୟ ରହିଛି  ୨୦୦୦ ଟଙ୍କାଠୁ କମ୍‌ । ତେଣୁ ଅନେକ ଲୋକ ଏହାକୁ ଅର୍ଡର କରୁଥିବା ଦେଖିବାକୁ ମିଳୁଛି ।

କମ୍ପାନିର ସୂଚନା ମୁତାବକ, ଏହି ବଲ୍ବ ୧୦୮୦ପି ଏଚ୍‌ଡ଼ି ରିଜୋଲ୍ୟୁସନ୍‌ର । ବଲ୍ବର କ୍ୟାମେରାରେ ରେକର୍ଡ ହେଉଥିବା ଭିଡିଓ ଏକ୍‌ଦମ ସ୍ପଷ୍ଟ ଦୃଶ୍ୟମାନ ହେବ। ଏହା ଜରିଆରେ ଆପଣ ଘରର କୋଣଅନୁକୋଣ ଉପରେ ନଜର ରଖିପାରିବେ । ଏହି କ୍ୟାମେରା ୨.୪ଜି ୱାଇଫାଇ ସପୋର୍ଟ କରେ। ସବୁଠୁ ବଡ କଥା ହେଲା ଏହାକୁ ଆପଣ ସ୍ମାର୍ଟଫୋନ୍‌ ଜରିଆରେ ବି ଚଳାଇ ପାରିବେ। ଏଥିପାଇଁ ଆପଣଙ୍କୁ ମୋବାଇଲ୍‌ ଡାଟା କିମ୍ବା ୱାଇଫାଇର ଆବଶ୍ୟକତା ପଡ଼ିବ। ଏଥିରେ ଅଟୋ ଟ୍ରାକିଂ ଟେକ୍‌ନୋଲୋଜିର ସୁବିଧା ମଧ୍ୟ ରହିଛି , ସେହିପରି ଏହା ମୋସନକୁ ଡିଟେକ୍ଟ କରି ଅବଜେକ୍ଟକୁ ଟ୍ରାକ କରିପାରେ ।

Show More

Related Articles

Back to top button