ଅପରାଧଆଇନ କାନୁନଓଡ଼ିଶା

କଳହକୁ କେନ୍ଦ୍ର କରି ପଞ୍ଚୁପଲ୍ଲୀରେ ବୋମାମାଡ, ୨ ଆହତ

ରାଜଧାନୀ ଭୁବନେଶ୍ୱରର ପଞ୍ଚୁପଲ୍ଲୀ ଠାରେ ବୋମାମାଡ଼ । ସାମାନ୍ୟ ବଚସାକୁ ନେଇ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟିଥିବା କୁହାଯାଉଛି । ତେବେ ଘଟଣାରେ କାହାର ମୃତ୍ୟୁ ହୋଇନଥିବାବେଳେ ୨ଜଣ ଆହତ ହୋଇଛନ୍ତି । ଏମ୍ସ ହସ୍ପିଟାଲରେ ଦୁଇ ଆହତଙ୍କୁ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ବୋମାମାଡ଼ କରିଥିବା ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ଅକ୍ଷୟ । ଅଭିଯୁକ୍ତ ଅକ୍ଷୟ ଜଣେ ପେଶାଦାର ଅପରାଧୀ ବୋଲି ଜଣାପଡିଛି । ଜନ୍ମାଷ୍ଟମୀ ରାତିରେ କୌଣସି କାରଣକୁ ନେଇ କଳହ ସୃଷ୍ଟି ହୋଇଥିଲା । ତେବେ ଏହାକୁ କେନ୍ଦ୍ର କରି ଏପରି ଘଟିଥିବା କୁହାଯାଉଛି । ଘଟଣା ସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।

 

Show More

Related Articles

Back to top button