ଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଦିବ୍ୟା ଫାର୍ମାସିରେ ବ୍ୟାନ ହେଲା ବାବା ରାମଦେବଙ୍କ ପାଞ୍ଚୋଟି ଔଷଧ

ବାବା ରାମଦେବଙ୍କ ପାଞ୍ଚୋଟି ଔଷଧ ବ୍ୟାନ୍ । ଦିବ୍ୟା ଫାର୍ମାସିରେ ବ୍ୟାନ ହେଲା ବାବା ରାମଦେବଙ୍କ ପାଞ୍ଚୋଟି ଔଷଧ । ୟୁନାନି ଲାଇସେନ୍ସ ଅଥୋରିିଟି ପକ୍ଷରୁ ବିବାଦୀୟ ବିଜ୍ଞାପନ ନେଇ ଉତ୍ତରାଖଣ୍ଡରେ ଦିବ୍ୟା ଫାର୍ମାସିର ପାଞ୍ଚୋଟି ଔଷଧ ଉପରେ ରୋକ୍‌ ଲଗାଯାଇଛି ।

ତେବେ ଏହି ପାଞ୍ଚଟି ଔଷଧ ମଧ୍ୟରେ ରହିଛି ବିପିଗ୍ରେଟ, ମଧୁଗ୍ରେଟ, ଥାଇରୋଗ୍ରେଟ, ଲିପିଡୋମ ଏବଂ ଆଇଗ୍ରିଟ ଗୋଲ୍ଡ । ଏହି ସମସ୍ତ ଔଷଧ ଉଚ୍ଚ ରକ୍ତଚାପ, ଡାଇବିଟିସ, ଗୋଇଟର, ଗ୍ଲୁକୋମା ଏବଂ କଲେଷ୍ଟ୍ରଲ ରୋଗୀମାନେ ବ୍ୟବହାର କରିଥାନ୍ତି ।

ଜୁଲାଇ ମାସରେ କେରଳର ଜଣେ ଡାକ୍ତର କେବି ବାବୁ ପ୍ରଥମେ ଅଭିଯୋଗ କରିଥିଲେ । ଡ୍ରଗ୍ସ ଏବଂ ମ୍ୟାଜିକ୍ ରିମେଡିଜ୍ ଆକ୍ଟ 1954, ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟ 1940 ଏବଂ ଡ୍ରଗ୍ସ ଏବଂ କସମେଟିକ୍ସ ନିୟମ 1945ର ଉଲ୍ଲଂଘନ କରିଥିବା ନେଇ ସେ ଅଭିଯୋଗ କରିଥିଲେ ।

ଅକ୍ଟୋବର 11 ରେ ବାବୁ ପୁଣି ଥରେ ଇମେଲ ଦ୍ବାରା ରାଜ୍ୟ ଲାଇସେନ୍ସ କର୍ତ୍ତୃପକ୍ଷଙ୍କ(SLA) ନିକଟକୁ ପୁଣି ଅଭିଯୋଗ ପତ୍ର ପଠାଇଥିଲେ । କର୍ତ୍ତୃପକ୍ଷ ପତଞ୍ଜଳିଙ୍କୁ ଫର୍ମୁଲା ସିଟ୍ ଏବଂ ଲେବଲ୍ ରେ ପରିବର୍ତ୍ତନ କରି ସମସ୍ତ ଔଷଧ ପାଇଁ ପୁନଃ ଅନୁମୋଦନ ମାଗିବାକୁ କହିଛନ୍ତି । ସଂଶୋଧନ ପାଇଁ ଅନୁମୋଦନ ନେବା ପରେ କମ୍ପାନୀ ପୁନର୍ବାର ଉତ୍ପାଦନ ଆରମ୍ଭ କରିପାରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

 

Show More

Related Articles

Back to top button