Breaking PLUSଦେଶମୁଖ୍ୟ ଖବର

ଗାଈକୁ ଜାତୀୟ ପ୍ରାଣୀ ଭାବରେ ଘୋଷଣା କରାଯାଉ: ବାବା ରାମଦେବ

ଗାଈକୁ ଭାରତର ଜାତୀୟ ପ୍ରାଣୀ ଭାବରେ ଘୋଷଣା କରିବାକୁ ଦାବି କରିଛନ୍ତି ଯୋଗ ଗୁରୁ ରାମଦେବ । ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ମହାରଥୀ ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାବା ରାମଦେବ ଏହି ବିବୃତ୍ତି ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବାବା ରାମଦେବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଗାଈକୁ ଜାତୀୟ ପ୍ରାଣୀ ବୋଲି ଘୋଷଣା କରିବା ଉଚିତ୍ ।

ବାବା ରାମଦେବ କହିଛନ୍ତି ଯେ ପତଞ୍ଜଳି ପୀଠ ସର୍ବଦା ଗାଈ ସୁରକ୍ଷା ଅଭିଯାନରେ ଉତ୍ସାହର ସହିତ ଅଂଶଗ୍ରହଣ କରନ୍ତି ଏବଂ ଏହା ଜାରି ରଖିବେ । ସେ କହିଛନ୍ତି ଯେ ପ୍ରତ୍ୟେକ ଗାଈ ପ୍ରେମୀ ଗାଈକୁ ଜାତୀୟ ପ୍ରାଣୀ ବୋଲି ଘୋଷଣା କରିବାକୁ ଦାବି କରିବା ଉଚିତ୍ । ଏହି ସମ୍ମିଳନୀରେ ସେ ହିନ୍ଦୁ ଧର୍ମର ପ୍ରଚାର ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ବାବା ରାମଦେବ ତାଙ୍କ ବିବୃତ୍ତି ବିଷୟରେ ସର୍ବଦା ଆଲୋଚନାରେ ଥାଆନ୍ତି । 

Show More

Related Articles

Back to top button