Breaking PLUSବ୍ୟକ୍ତିତ୍ୱସେଲିବ୍ରିଟି

ଘରକୁ ଫେରିଲେ ସୁପରଷ୍ଟାର ରଜନୀକାନ୍ତ

ଆଜି ହସ୍ପିଟାଲରୁ ଘରକୁ ଫେରିଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଚେନ୍ନାଇର କାଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଘରେ ପହଞ୍ଚିବାର ଏକ ଫଟୋ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ ଏହି ଖବର ଜଣାଇଛନ୍ତି । ଯେଉଁ ଫଟୋରେ ରଜନୀକାନ୍ତ ତାଙ୍କ ଘରର ଠାକୁରଙ୍କ ସମ୍ମୁଖରେ ଠିଆ ହୋଇ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳୁଛି । ଏହା ସହ ସେ କ୍ୟାପସନରେ ଲେଖିଛନ୍ତି ଯେ – ‘ଘରକୁ ଫେରିଆସିଲି ।’

 

Show More

Related Articles

Back to top button