Breaking PLUSଓଡ଼ିଶାମୁଖ୍ୟ ଖବର

କନେଷ୍ଟବଳଙ୍କ ଅମାପ ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ଗୁମର ଖୋଲୁଛି ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ କୁମାର ବେହେରାଙ୍କ ଅମାପ ସମ୍ପତ୍ତିର । ନିଜ ଆୟଠାରୁ ପ୍ରାୟ ୨୨୧ ଗୁଣା ଅଧିକ ସମ୍ପତ୍ତି ଠୁଳ କରିଥିଲେ ପ୍ରସନ୍ନ । ତାଙ୍କ ଠାରୁ ପ୍ରାୟ ୭କୋଟିର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆ ଯାଇଥିବା ପ୍ରେସନୋଟ୍ ଅନୁଯାୟୀ, ପ୍ରସନ୍ନଙ୍କ ଠାରୁ ୬ କୋଟି ୯୭ ଲକ୍ଷ ୧୫ ହଜାର ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି । ପ୍ରସନ୍ନଙ୍କ ଉପରେ ମା’ ଲକ୍ଷ୍ମୀ ଏତେ ପ୍ରସନ୍ନ କିପରି ହେଲେ, କିପରି ସେ କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବାରେ ସକ୍ଷମ ହେଲେ ତାହାର ସନ୍ଧାନ କରୁଛି ଭିଜିଲାନ୍ସ ।

ଭିଜିଲାନ୍ସ ପକ୍ଷରୁ ପଚରାଉଚରା ବେଳେ ବିପୁଳ ସମ୍ପତ୍ତି ଠୁଳ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି ପ୍ରସନ୍ନ । ଆୟ ବହିର୍ଭୂତ ସମ୍ପତ୍ତି ସ୍ପଷ୍ଟ ହେବା ପରେ ପ୍ରସନ୍ନ ଓ ତାଙ୍କ ପତ୍ନୀଙ୍କ ସମେତ ପରିବାର ସଦସ୍ୟଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଏଥିସହ ପ୍ରସନ୍ନ ଓ ତାଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୁଆ ସୂଚନା ଦେଇଛନ୍ତି । ପ୍ରସନ୍ନଙ୍କ ସମ୍ପତ୍ତିର ମୂଲ୍ୟାୟନ ନେଇ ଆଉ ଅଧିକ ଖୋଳତାଡ଼ ଜାରି ରହିଛି ।

ଏନେଇ ଚଢ଼ାଉରେ ସାମିଲ ହୋଇଥିବା ଭିଜିଲାନ୍ସ ଏସ୍‌ପି କହିଛନ୍ତି, ପ୍ରସନ୍ନଙ୍କ ନିକଟରୁ ବହୁ ପରିମାଣର ଆୟ ବର୍ହିଭୂତ ସମ୍ପତ୍ତି ବାହାରିଛି । ତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ନା ନାହିଁ ସେ ନେଇ ନିଷ୍ପତ୍ତି ନିଆଯାଇନି ।

 

Show More

Related Articles

Back to top button