Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ବାଲୁକା କଳାରେ ସ୍ୱର୍ଣ୍ଣିମ ବିଜୟ ବର୍ଷକୁ ସ୍ୱାଗତ କରିଛନ୍ତି ସୁଦର୍ଶନ ପଟ୍ଟନାୟକ

ଆଜି ଭାରତୀୟ ସେନା ଏହାର ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଛି । ଏହି ଅବସରରେ ବାଲୁକା କଳା ମାଧ୍ୟମରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ଆସନ୍ତା ଡ଼ିସେମ୍ବର ୧୬ତାରିଖକୁ ଦେଶ ବିଜୟ ଦିବସଭାବେ ପାଳନ କରିବ ।

୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟ ଲାଭ କରିବା ସହ ବଙ୍ଗଳାଦେଶ ଗଠନ ନେଇ ସ୍ମୃତି ଉଦ୍ଦେଶ୍ୟରେ ଏହା ପାଳନ କରିଥାଏ । ଚଳିତବର୍ଷ ଏହି ବିଜୟର ୫୦ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଅସ୍ମିତା ଭରିଦେବା ପାଇଁ ଭାରତୀୟ ସେନା ପକ୍ଷରୁ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି । ଏହାସହ ସ୍ୱର୍ଣ୍ଣିମ ବିଜୟ ମଶାଲ ଯାତ୍ରା ହେଉଛି । ଗତ ଅକ୍ଟୋବର ୨୦ତାରିଖରୁ ୭ନଭେମ୍ବର ମଧ୍ୟରେ ଓଡ଼ିଶାରେ ସ୍ୱର୍ଣ୍ଣିମ ବିଜୟ ମଶାଲ କରାଯାଉଛି । ଏହି ବିଜୟ ମଶାଲ ନଭେମ୍ବର ୫ତାରିଖରେ ପୁରୀରେ ପହଞ୍ଚିବ । ମହାଆଡ଼ମ୍ବର ସହ ଏହାକୁ ସ୍ୱାଗତ କରାଯିବ ।

ଜିଲ୍ଲାପାଳଙ୍କ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପୂର୍ବରୁ ଅନୁଷ୍ଠିତ ହୋଇଛି । ଆସନ୍ତା ୫ତାରିଖ ସକାଳେ ବ୍ଲୁ ଫ୍ଲାଗ ବିଚରେ ବାଲୁକା କଳା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପରେ ଏହାକୁ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ସ୍ୱାଗତ କରାଯିବ । ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ହାଇସ୍କୁଲ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯିବ । ଏନସିସି, ରେଡ଼କ୍ରସ ଓ ଏନଏସଏସ ସ୍ୱେଚ୍ଛାସେବୀ ସାମିଲ ହେବେ । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କୁ ନୋଡ଼ାଲ ଅଫିସରଭାବେ ଦାୟିତ୍ୱ ଦିଆଯାଇଛି । ଏହି ଉତ୍ସବ ପାଳନ ନିମନ୍ତେ ଆବଶ୍ୟକୀୟ ପାଣ୍ଠି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇଦିଆଯିବ ।

Show More

Related Articles

Back to top button