ଅପରାଧଆଇନ କାନୁନଓଡ଼ିଶା

ମଦ୍ୟପାନ ପାଇଁ ପାଣି ନଦେବାରୁ ହୋଟେଲ କର୍ମଚାରୀଙ୍କୁ ଆକ୍ରମଣ

ମଦ୍ୟପାନ ପାଇଁ ପାଣି ନଦେବାରୁ ହୋଟେଲ କର୍ମଚାରୀଙ୍କୁ ଆକ୍ରମଣ । ଏହି ଆକ୍ରମଣରେ ୨ ଜଣ ହୋଟେଲ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ତଥା ରାଜଧାନୀ ଉପକଣ୍ଠ ପାହାଳ ଫାଣ୍ଡି ଅଞ୍ଚଳରେ  ।

ସୂଚନା ଅନୁଯାୟୀ  , ଗତକାଲି ବିଳମ୍ବିତ ରାତିରେ ପାହାଳରେ ଥିବା ଏକ ହୋଟେଲରେ ଦୁଇ ଜଣ ଦୁବୃର୍ତ୍ତ ମଦ ପିଇବା ପାଇଁ ପାଣି ମାଗିଥିଲେ । ହୋଟେଲ ବନ୍ଦ ହୋଇଯାଇଥିବା କହି ହୋଟେଲ କର୍ମଚାରୀ ପାଣି ଦେବାକୁ ମନା କରିଥିଲେ । ଏହାକୁ ନେଇ ହୋଟେଲ କର୍ମଚାରୀ ଏବଂ ୨ ଦୁର୍ବୃତ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ହୋଟେଲ କର୍ମଚାରୀଙ୍କୁ ମାଡ ମାରିଥିଲେ ଦୁର୍ବୃତ୍ତ। ହଠାତ୍‌ ଜଣେ ଦୁର୍ବୃତ୍ତ ଏକ ଭୁଜାଲିରେ ହୋଟେଲର ରୋଷେୟା ସାଗରଙ୍କ ପିଠିକୁ ଭୁଜାଲିରେ ହାଣି ପକାଇଥିଲା । ଯାହାଫଳରେ ସାଗର ଲହୁଲୁହାଣ ହୋଇ ତଳେ ପଡ଼ିଯାଇଥିଲେ । ଏହାପରେ ପୋଲିସ ଭୟରେ  ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ ।ଖବର ପାଇ ପାହାଳ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସାଗର ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଥିଲେ । ସାଗରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

Show More

Related Articles

Back to top button