Breaking PLUSଅପରାଧଆଇନ କାନୁନଦୁର୍ଘଟଣାମୁଖ୍ୟ ଖବର

ରାସ୍ତାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି

ଚୌଦାର : ଜାତୀୟ ରାଜପଥ ଚୌଦାର ନୁନଟିକିରି ଛକ ନିକଟରେ ଏକ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଚୌଦାର ପୋଲିସ ଜବତ କରିଛି। ମୃତକ ହେଲେ ଚୌଦାର ଓଟିଏମ୍‌ କଲୋନୀର ଲୋକନାଥ ବିଶ୍ୱାଳ। ଲୋକନାଥ ପେସାରେ ଜଣେ ଅଟୋ ଡ୍ରାଇଭର। ମଙ୍ଗଳବାର ରାତିରେ ଲୋକନାଥ ଘରକୁ ଫେରି ନ ଥିବା ବେଳେ ବୁଧବାର ରାସ୍ତାରୁ ତାଙ୍କ ମୃତଦେହ ମିଳିଛି। ମଙ୍ଗଳବାର ରାତିରେ ତାଙ୍କ ଡାଲା ଅଟୋଟି ବିରୂପା ବ୍ୟାରେଜରେ ଓଲଟି ଥିବାବେଳେ କେହି ତାଙ୍କୁ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଚୌଦାର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ସହ ସାଇଣ୍ଟିଫିକ୍‌ ଟିମ ଓ ସନ୍ଧନୀ କୁକୁର ପହଞ୍ଚି ଘଟଣାର ଛାନ୍ନଭିନ୍ନ କରୁଛି । ଏ ପର୍ଯ୍ୟନ୍ତ ପୋଲିସ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Show More

Related Articles

Back to top button