ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ରାତିରେ ସ୍ୱେଟର ପିନ୍ଧି ଶୋଇବା କ୍ଷତିକାରକ କାହିଁକି?

ଆସନ୍ତୁ ଜାଣିବା..

ଶୀତ ଦିନରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଥାଏ। ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆମେ ବିଭନ୍ନ ଶୀତ ବସ୍ତ୍ର ବ୍ୟବହାର କରୁ। ଏହି ଗୁଡ଼ିକ ମଧ୍ୟରୁ ସ୍ୱେଟର ଅନ୍ୟତମ । ବହୁତ ଲୋକ ଥଣ୍ଡାରୁ ନିଜକୁ ରକ୍ଷା କରିବା ପାଇଁ ସ୍ୱେଟର ପିନ୍ଧିବାକୁ ଭଲ ପାଆନ୍ତି। କିନ୍ତୁ ପ୍ରାୟ ସମୟରେ ବହୁତ ଲୋକ ଶୀତରେ ସ୍ୱେଟର ପିନ୍ଧି ଶୁଅନ୍ତି । ସ୍ୱେଟର ପିନ୍ଧି ଶୋଇବା ଦ୍ୱାରା ଆମ ଶରୀରରେ ଖରାପ ପ୍ରଭାବ ପଡ଼ିଥାଏ। ଆସନ୍ତୁ ଜାଣିବା ଏହାର କୁପ୍ରଭାବ ବିଷୟରେ ।

ଏକ୍ଜିମା :~ ରାତିରେ ଗରମ ପୋଷାକ ପିନ୍ଧି ଶୋଇଲେ ଚର୍ମ ଅଧିକ ଶୁଖିଲା ରହୁଥିବାରୁ ଏକ୍ଜିମା ହୋଇଥାଏ। ଯାହା ଦ୍ୱାରା ଚର୍ମ କୁଣ୍ଢଇ ହୁଏ।

ତ୍ୱଚାରୋଗ :~ ସମ୍ବେଦନଶୀଳ ତ୍ୱଚା ଥିବା ଲୋକମାନେ ଗରମ ପୋଷାକ ପିନ୍ଧି ଶୋଇଲେ ଝାଳ ବୋହିବା ସହ ତ୍ୱଚା ରୋଗ ବଢ଼େ ଓ ଇନଫେକସନ ହୋଇଥାଏ।

ଅସ୍ଥିରତା ଓ ଚିନ୍ତା :~ ରାତିରେ ଗରମ ପୋଷାକ ପିନ୍ଧି ଶୋଇଲେ ଶରୀରରେ ଅସ୍ଥିରତା ଚିନ୍ତା ଦେଖାଦିଏ। ଯାହା ଫଳରେ ଲୋକମାନଙ୍କୁ ନିମ୍ନ ରକ୍ତ ଚାପର ସାମ୍ନା କରିବାକୁ ପଡ଼ିଥାଏ।

ହୃଦ ରୋଗ :~ ଗରମ ପୋଷାକ ପିନ୍ଧି ଶୋଇଲେ ହୃଦ ରୋଗୀଙ୍କ ପାଇଁ ସମସ୍ୟା ହୋଇଥାଏ । ଗରମ ପୋଷାକ କିମ୍ବା ରେଜେଇରେ ଉତ୍ତାପ ଆବଦ୍ଧ ହୋଇ ରହୁଥିବାରୁ ସେମାନଙ୍କ ହୃଦୟ ପାଇଁ ଏହା କ୍ଷତିକାରକ ସାବ୍ୟସ୍ଥ ହୋଇଥାଏ।

କୁଣ୍ଢେଇ ହେବା :~ ଗରମ ପୋଷାକ ପିନ୍ଧି ଶୋଇଲେ ଚର୍ମ କୁଣ୍ଢେଇ ହୋଇଥାଏ । କାରଣ ଶୁଖିଲା ଚର୍ମରେ ସ୍ୱେଟର ପୁରା ଲାଗିକି ରହିଥାଏ। ଯାହାଫଳରେ ତ୍ୱଚା କୁଣ୍ଢେଇ ହୋଇ ଛୋଟବ୍ରଣ ଆକାରରେ ବାହାରି ପଡ଼ିଥାଏ।

ତେଣୁ ରାତିରେ ଗରମ ପୋଷାକ ପିନ୍ଧି ଶୁଅନ୍ତୁନାହିଁ । ଯଦି ରାତିରେ ଶୀତ ପୋଷାକ ପିନ୍ଧି ଶୋଇବାର ଅଧିକ ଆବଶ୍ୟକତା ରହିଛି ତାହେଲେ ପ୍ରଥମେ ସୂତା ବା ରେଶମ ପୋଷାକ ପିନ୍ଧି ଗରମ ପୋଷାକ ପିନ୍ଧି ଶୋଇ ଯାଆନ୍ତୁ।

Show More

Related Articles

Back to top button