ଅନୁଚିନ୍ତା

ଆଜିର ଅନୁଚିନ୍ତା

🦋ଯେତେ ପ୍ରାୟଶ୍ଚିତ କଲେ ମଧ୍ୟ ପାପୀକୁ କେହି ପୁଣ୍ୟବାନ ବୋଲି ଗ୍ରହଣ କରିପାରନ୍ତି ନାହିଁ, ଆଉ ଯଦି ଥରେ କଳଙ୍କର ଦାଗ କାହା ଉପରେ ଲାଗିଯାଏ ତାହେଲେ ତାକୁ କେବେ ହେଲେ ଲିଭାଇ ହୁଏନାହିଁ ।

🦋ଭଗବାନଙ୍କୁ ସ୍ମରଣ କରୁଥିବା ମନୁଷ୍ୟ କେବେ ବି ନିଜକୁ ଏକୁଟିଆ ମାନେ କରିନଥାଏ । କାରଣ ଭଗବାନ ସବୁବେଳେ ତାଙ୍କ ସାଥିରେ ଥାନ୍ତି ।

🦋ଜୀବହତ୍ଯା ଠାରୁ ବଳି ପାପ ନାହିଁ ।
ପବିତ୍ର ମନଠାରୁ ଆଉ ତୀର୍ଥ ନାହିଁ ।
ଅପଯଶ ଠାରୁ ବଳି ଆଉ ଶତ୍ରୁ ନାହିଁ ।
ଅପମାନ ଠାରୁ ବଳି ଆଉ ଲଜ୍ଜା ନାହିଁ ।
“ତେଣୁକରି ତ କଥାରେ ଅଛି”
ପାପଧନ ସର୍ବଦା ପ୍ରାୟଶ୍ଚିତରେ ହିଁ ଯାଏ ।

🦋ଅହଙ୍କାର ସେହି ଅତଳ ଗର୍ତ୍ତ , ଯେଉଁ ଗର୍ତ୍ତ ରେ ଥରେ ପଡି ଗଲେ ସେଥିରୁ ବାହାରିବା ଅତି ଦୁଷ୍କର ହୋଇଯାଏ । ଏଥିରୁ ସର୍ବଦା ନିବୃତ୍ତ ରହିବା ଭଲ ।

Show More

Related Articles

Back to top button