Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଦୁଇ ବିଦେଶ ଫେରନ୍ତାଙ୍କଠାରେ ଚିହ୍ନଟ ହେଲା ଓମିକ୍ରନ୍ ଭାରିଆଣ୍ଟ

ରାଜ୍ୟର ଚିନ୍ତା ବଢାଇଲା କରୋନାର ନୂଆ ଭାରିଆଣ୍ଟ । ଓଡିଶାରେ ଚିହ୍ନଟ ହେଲା ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦୁଇ ବିଦେଶ ଫେରନ୍ତା ଓମିକ୍ରନ୍‌ରେ ସଂକ୍ରମିତ ହୋଇଛନ୍ତି । ଏ ନେଇ ଆଇଏଲଏସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଯାହାକୁ ନେଇ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି । ରାଜ୍ୟରେ ପସିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦୁଇ ଜଣ ବିଦେଶ ଫେରନ୍ତା ଓମିକ୍ରନ୍‌ରେ ସଂକ୍ରମିତ ହୋଇଛନ୍ତି । କଟକରେ ୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ନାଇଜେରିଆ ଫେରନ୍ତା ଓମିକ୍ରନ୍‌ରେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ କତାର ଫେରନ୍ତା ଓମିକ୍ରନ୍ ଚିହ୍ନଟ ବୋଲି ଜଣାପଡିଛି ।

 

କିଛି ଦିନ ତଳେ ୩ ଜଣ ବିଦେଶ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ବିଦେଶ ଫେରନ୍ତା କରୋନା ସଂକ୍ରମିତ ହେବା ପରେ ସେମାନଙ୍କ ସାମ୍ପଲ ଜେନମ୍ ସିକ୍ବେନ୍ସିଂ ପାଇଁ ଆଇଏଲଏସକୁ ପଠାଯାଇଥିଲା । ସେଥିମଧ୍ୟରୁ ଦୁଇ ଜଣ ଓମିକ୍ରନ୍ ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ନାଇଜେରିଆ ଫେରନ୍ତା ଜଗତସିଂହପୁର ଅଞ୍ଚଳର ହୋଇଥିବା ବେଳେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ କତାର ଫେରନ୍ତା ରହିଛନ୍ତି । ନାଇଜେରିଆ ଫେରନ୍ତାଙ୍କଠାରୁ ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Show More

Related Articles

Back to top button