Breaking PLUSଦେଶ ବିଦେଶମୁଖ୍ୟ ଖବର

ଅନନ୍ତନାଗରେ ଆଉ ଜଣେ ଯବାନ ସହିଦ

() ଜାମ୍ମୁ କାଶ୍ମୀର ଅନନ୍ତନାଗରେ ଆଉ ଜଣେ ଯବାନ ସହିଦ ହୋଇଛନ୍ତି । ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ଆଉ ଜଣେ ସହିଦ ହୋଇଥିବା ସୂଚନା ମିଳିଛି । ଏବେ ବି ସେନା ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଅନନ୍ତନାଗ କୋକେରନାଗରେ ୩ ଦିନରେ ୪ ଯବାନ ସହିଦ୍ ହୋଇଛନ୍ତି । ଗତ ୧୩ ତାରିଖରେ ୩ ସୁରକ୍ଷାକର୍ମୀ ସହିଦ ହୋଇଥିଲେ । ଏପରିକି ସେନା କୁକୁର ମଧ୍ୟ ସହିଦ ହୋଇଛି ।

ବୁଧବାର ଦିନ ଅନନ୍ତନାଗର କୋକେର୍‌ନାଗ ଅଞ୍ଚଳରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କ ସହିତ ଗୁଳିବିନିମୟ କରି ସେନାର ଜଣେ ‘ରାଷ୍ଟ୍ରୀୟ ରାଇଫଲ୍‌’ ୟୁନିଟ୍‌ କର୍ଣ୍ଣେଲ୍‌, ଜଣେ ମେଜର୍‌ ଓ ଜଣେ ଜମ୍ମୁ ଓ କଶ୍ମୀର ପୁଲିସ ‘ଡିଏସ୍‌ପି’ ସହିଦ ହୋଇଥିଲେ। ସେମାନେ ହେଉଛନ୍ତି, କର୍ଣ୍ଣେଲ୍‌ ମନପ୍ରୀତ୍‌ ସିଂହ, ମେଜର୍‌ ଆଶିଷ ଓ ‘ଡିଏସ୍‌ପି’ ହୁମାୟୁନ୍‌ ଭଟ୍ଟ।

ଲୁଚିଥିବା ଆତଙ୍କବାଦୀମାନେ ‘ଲଶ୍କର୍‌’ର ସହଯୋଗୀ ‘ଦି ରେଜିଷ୍ଟାନ୍‌ସ୍‌ ଫ୍ରଣ୍ଟ୍‌’ର ସଦସ୍ୟ ବୋଲି ଅନୁମାନ କରାଯାଉଛି। ସେ ଅଞ୍ଚଳରେ ୨ଜଣ ଆତଙ୍କବାଦୀ ଲୁଚିଥିବା କଥା ନିରାପତ୍ତା ବଳ ସନ୍ଦେହ କରୁଛି। ତଲାସ ଅଭିଯାନରେ ସହଯୋଗ କରିବା ପାଇଁ ସେ ଅଞ୍ଚଳରେ ‘ହେରନ୍‌ ଡ୍ରୋନ୍‌’ ଓ ‘କ୍ବାଡ୍‌କପ୍ଟର୍‌’ ମୁତୟନ କରାଯାଇଛି।

Show More

Related Articles

Back to top button