Breaking PLUSଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ଲାଇଭ୍ ରିପୋର୍ଟିଙ୍ଗ ବେଳେ ସାମ୍ବାଦିକଙ୍କୁ ଅଶ୍ଳୀଳ ସ୍ପର୍ଶ ବ୍ୟକ୍ତି ଗିରଫ

ଏକ ଡକାୟତି ଘଟଣାର ‘ଲାଇଭ୍‌ ରିପୋର୍ଟିଙ୍ଗ୍‌’ କରୁଥିବା ସମୟରେ ସ୍ପେନୀୟ ଟେଲିଭିଜନ୍‌ ଚାନେଲ୍‌ ‘କ୍ବାଟ୍ରୋ’ର ଜଣେ ସାମ୍ବାଦିକାଙ୍କୁ ଅଶ୍ଳୀଳ-ସ୍ପର୍ଶ କରିଥିବା ଜଣେ ବ୍ୟକ୍ତିଙ୍କୁ ମାଡ୍ରିଡ୍‌ ପୁଲିସ ଗିରଫ କରିଥିବା କଥା ସୂଚନା ମିଳିଛି। ଖବର ଅନୁଯାଇ ଗତ ମଙ୍ଗଳବାର ଦିନ ସାମ୍ବାଦିକା ଇସା ବାଲେଦୋ ଗୋଟାଏ ସଉଦାପତ୍ର ବିକ୍ରୟ କରାଯାଉଥିବା ଷ୍ଟୋର୍‌ ବାହାରେ ଥାଇ ‘ଲାଇଭ୍‌ ରିପୋର୍ଟିଙ୍ଗ୍‌’ କରୁଥିବା ସମୟରେ ଜଣେ ଯୁବକ ପଛପଟକୁ ଆସି ତାଙ୍କ ଦେହରେ ଲାଗିଥିଲେ। କିନ୍ତୁ, ବାଲେଦୋ ତାହା ସହ୍ୟ କରି କ୍ଷଣିକ ପାଇଁ ସ୍ଥିର ରହିଥିଲେ ଓ ପରେ ପରେ ସେଠାରୁ ଘୁଞ୍ଚିଯାଇ ‘ରିପୋର୍ଟିଙ୍ଗ୍‌’ ଜାରି ରଖିଥିଲେ। କିନ୍ତୁ, ଷ୍ଟୁଡିଓରେ ଥିବା ‘ନିଉଜ୍‌ ଆଙ୍କର୍‌’ ବା ସମ୍ବାଦ ଉପସ୍ଥାପକ ବାଲେଦୋଙ୍କୁ ଅଟକାଇ କହିଲେ, ତୁମ ‘ରିପୋର୍ଟିଙ୍ଗ୍‌’ରେ ବ୍ୟାଘାତ ସୃଷ୍ଟି କରୁଥିବାରୁ ଦୁଃଖିତ ଇସା। ସେ କ’ଣ ତୁମ ପଛରେ ଥାଇ ଅଶ୍ଳୀଳ-ସ୍ପର୍ଶ କଲେ?  ବାଲେଦୋ ‘ହଁ କହିବାରୁ ‘ଆଙ୍କର୍‌’ ତାଙ୍କୁ ସେ ଲୋକଟି ଆଡ଼କୁ କ୍ୟାମେରା ବୁଲାଇବାକୁ କହିଲେ। ଇସା କ୍ୟାମେରା ବୁଲାଇ ଲୋକଟିକୁ ସେ କଥା ପଚାରିବାରୁ ସେ ଅସ୍ବୀକାର କଲେ। ପରେ ଘଟଣାର ଦୃଶ୍ୟ ସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟରେ ପୋଷ୍ଟ୍‌ ହୋଇଥିଲା। ତାହା ଦେଖି ଲୋକେ ତୀବ୍ର ପ୍ରତିବାଦ କରିବାରୁ ପୁଲିସ ସେ ବ୍ୟକ୍ତିଙ୍କୁ ଗିରଫ କରିଛି।

Show More

Related Articles

Back to top button