Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

କେରଳରେ 2 ନିପା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ସର୍କୁଲାର ଜାରି

କେରଳ- ଭୟ ବଢାଉଛି ନିପା ଭାଇରସ । ଦେଶରେ ଏବେ କୋକୁଆ ଭୟ ସୃଷ୍ଟି କରିଛି ନିପା । ତେବେ କେରଳରେ ୨ ନିପା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଆଲର୍ଟ ମୋଡ୍‌ରେ କେରଳ ସରକାର । ସାଧାରଣ ଲୋକଙ୍କ ପାଇଁ କେରଳ ସରକାରଙ୍କ ପକ୍ଷରୁ ସର୍କୁଲାର ଜାରି ହୋଇଛି । ଅଯଥାରେ କେରଳ ନ ଆସିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ପ୍ରଭାବିତ କୋଝିକୋଡ଼େ ଜିଲ୍ଲାର ୯ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଘର ଘର ବୁଲି ଆଶାକର୍ମୀଙ୍କ ଦ୍ୱାରା ସ୍ୱାସ୍ଥ୍ୟା ପରୀକ୍ଷା ଯାଞ୍ଚ କରାଯାଉଛି । ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ମନିଟରିଂ ସହ ତଥ୍ୟ ସଂଗ୍ରହ କରାଯାଉଛି । ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ।

କୋଝିକୋଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରରକୁ ସେପ୍ଟେମ୍ବର 16 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ତେବେ ବିଶ୍ୱବିଦ୍ୟାଳୟ ଗୁଡିକରେ ଚାଲୁଥିବା ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ନିପା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉପଲବ୍ଧ ଏକମାତ୍ର ଔଷଧ ମେନୋକ୍ଲୋନଲ ଆଣ୍ଟିବଡିକୁ ଇଣ୍ଡିଆ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ରାଜ୍ୟକୁ ପ୍ରଦାନ କରାଯାଇଛି । କୋଝିକୋଡରେ ନିପାରେ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣ ସଂକ୍ରମିତ ହୋଇଛନ୍ତି । ଏଥିରେ ଜଣେ 9 ବର୍ଷୀୟ ପିଲା ମଧ୍ୟ ସଂକ୍ରମିତ ହୋଇଛି । ଯାହାର କି ସ୍ଥିତି ଗମ୍ଭୀର ରହିଛି । କୋଝିକୋଡରେ ନିପାରେ ସଂକ୍ରମିତ ହୋଇଥିବା 6ଜଣ ଚିହ୍ନଟ ହୋଇଛନ୍ତି ।

କେରଳରେ ସଂକ୍ରମଣ ବଢିବା ପରେ ସରକାରଙ୍କ ପକ୍ଷରୁ ଏକ ଆଉଭାଇଜରି ଜାରି କରାଯାଇଛି । ପ୍ରଭାବିତ ଅଞ୍ଚଳକୁ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବାକୁ କୁହାଯାଇଛି । ସେହିପରି ସୀମାନ୍ତବର୍ତ୍ତୀ ଜିଲ୍ଲା କୋଡାଗୁ, ଦକ୍ଷିଣ କନ୍ନଡ, ଚାମରାଜନଗର ଓ ମୌସୁରରେ ବ୍ୟାରିକେଡ ଲଗାଯାଇଛି ।

Show More

Related Articles

Back to top button